ଲୋୟର ପିଏମଜି ରେ ସାମ୍ବାଦିକ କିଶୋର ମହାପାତ୍ର ଙ୍କୁ ଶ୍ରଦ୍ଧା ସୁମନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ ର ବରିଷ୍ଠ ସାମ୍ବାଦିକ ଦିବଂଗତ କିଶୋର ମହାପାତ୍ର ଙ୍କୁ ଶ୍ରଦ୍ଧାସୁମନ ଜଣାଇଲେ ରାଜ୍ୟ ୱେବ ମିଡ଼ିଆ ସଂଘର ସଦସ୍ୟ ! ଗତକାଲି ସାମ୍ବାଦିକ କିଶୋର ମହାପାତ୍ରଙ୍କ ଅକାଳ ନିଧନ ଖବର ଶୁଣି ସମସ୍ତେ ସ୍ତବ୍ଧ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ରାଜଧାନୀର ଲୋୟର ପିଏମଜି ରେ ଏକ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ! ସଂଘର ସାଧାରଣ ସମ୍ପାଦକ କାହ୍ନା ନାୟକ ଏବଂ କାର୍ଯ୍ୟକାରୀ ସଭାପତି ସତ୍ୟଜିତ ମହାପାତ୍ରଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଡିଜିଟାଲ ମିଡ଼ିଆର ପ୍ରତିଷ୍ଠାତା , ସମ୍ପାଦକ , ପ୍ରତିନିଧି , କର୍ମଚାରୀ ଏବଂ ସାମାଜିକ କର୍ମୀ ଉପସ୍ଥିତ ରହିଥିଲେ !

ସବୁଦିନ ପାଇଁ ନୀରବି ଗଲା ନୟାଗଡ ରେ ଏକ ଶାଣିତ ସ୍ୱର ର ସାମ୍ବାଦିକତା ! ଆଉ ନାହାନ୍ତି ନୟାଗଡ଼ର ବରିଷ୍ଠ ସାମ୍ବାଦିକ କିଶୋର ମହାପାତ୍ର ! ତାଙ୍କର ଅକାଳ ନିଧନ ଖବର ଶୁଣି ସମଗ୍ର ଜିଲ୍ଲାର ସାମ୍ବାଦିକ ମାନେ ସ୍ତବ୍ଧ , ଶୋକଗ୍ରସ୍ତ ! ବ୍ରେନ ଷ୍ଟ୍ରୋକ ରେ ଗୁରୁତର ଅସୁସ୍ଥ ହୋଇ ପ୍ରଥମ ନୟାଗଡ , ପରେ ଏମ୍ସ ଏବଂ ଶେଷରେ କିମସ ରେ ଚିକିତ୍ସିତ ହୋଇ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ଆୱାଜ ମିଡ଼ିଆ ର ନୟାଗଡ ଜିଲ୍ଲା ପ୍ରତିନିଧି କିଶୋର ମହାପାତ୍ର ! ନୟାଗଡ ପୁରୁଣାସହର ସ୍ଥିତ ତାଙ୍କ ବାସଭବନରେ ପାର୍ଥିବ ଶରୀର ପହଞ୍ଚିବା ପରେ ପରିବେଶ ହୋଇଥିଲା ଶୋକାକୁଳ ! ଆତ୍ମୀୟ ସ୍ୱଜନ , ପରିବାର ବର୍ଗ ଏବଂ ବହୁ ଗଣମାଧ୍ୟମ ପ୍ରତିନିଧି ଅନ୍ତିମ ଯାତ୍ରାରେ ସାମିଲ ହୋଇ ଦିବଂଗତ ସାମ୍ବାଦିକ କିଶୋର ମହାପାତ୍ରଙ୍କୁ ଜଣାଇଥିଲେ ଶେଷ ପ୍ରଣାମ ! ନୟାଗଡ଼ର ବରିଷ୍ଠ ସାମ୍ବାଦିକ କିଶୋର ମହାପାତ୍ର ଙ୍କ ଅକାଳ ବିୟୋଗ ଖବର ଶୁଣି ମର୍ମାହତ ହୋଇଛନ୍ତି ଡିଜିଟାଲ ମିଡ଼ିଆର ପ୍ରତିନିଧି ! ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ୟୁନିୟନ ର ସମ୍ପାଦକ ଦାୟିତ୍ୱରେ ଥିବା କିଶୋର ମହାପାତ୍ରଙ୍କ ଅକାଳ ବିୟୋଗ ଡିଜିଟାଲ ମିଡ଼ିଆ ସଂଘ ର ଏକ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଛନ୍ତି ରାଜ୍ୟ ୱେବ ମିଡ଼ିଆ ସଂଘର କର୍ମକର୍ତ୍ତା ! ଦିବଂଗତ ସାମ୍ବାଦିକ କିଶୋର ମହାପାତ୍ରଙ୍କର ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ! ପରିବାର ଲୋକଙ୍କୁ ସାହସ ଓ ଧୈର୍ଯ୍ୟ ପ୍ରଦାନ ପାଇଁ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ ସମସ୍ତ ଗଣମାଧ୍ୟମ ପ୍ରତିନିଧି ! କାର୍ଯ୍ୟକ୍ରମ ସମୟରେ କିଶୋର ମହାପାତ୍ରଙ୍କ ନିଆରା ଖବର ପରିବେଷଣ ଶୈଳୀକୁ ସମସ୍ତେ ମନେ ପକାଇଥିଲେ ! ଖବର ଶେଷରୁ ସବୁଦିନ ପାଇଁ ଲୁଚିଗଲା ଗୋଟିଏ ଧାଡି ! ଆଉ ଖବର ଶେଷରେ ଶୁଭିବନି – ନୟାଗଡ଼ରୁ କିଶୋର ମହାପାତ୍ରଙ୍କ ରିପୋର୍ଟ ଆୱାଜ ମିଡ଼ିଆ ! ହେଲେ କିଶୋର ମହାପାତ୍ରଙ୍କ ନିର୍ଭିକ ଖବର ସଂଗ୍ରହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇ ରହିବ ! ଭୟ ଗାଳି ଧମକ ପକ୍ଷପାତିତା ସମାଲୋଚନା ଆଉ ରାଜନୈତିକ ଚାପରୁ ଉର୍ଦ୍ଧ୍ବରେ ରହି ଖବର ପ୍ରଦାନ କରୁଥିଲେ କିଶୋର ମହାପାତ୍ର ! ଅକାଳରେ ଚାଲିଗଲେ ସିନା , ହେଲେ ଆୱାଜ ମିଡିଆରେ ଛାଡି ଦେଇଗଲେ ଅଲିଭା ସ୍ଵାକ୍ଷର !

Leave a Reply

Your email address will not be published. Required fields are marked *