ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ର ବରିଷ୍ଠ ସାମ୍ବାଦିକ କିଶୋର ମହାପାତ୍ର ଙ୍କ ଅକାଳ ବିୟୋଗ ଖବର ଶୁଣି ମର୍ମାହତ ହୋଇଛନ୍ତି ଗଣମାଧ୍ୟମ ପ୍ରତିନିଧି ! ସାମ୍ବାଦିକ କିଶୋର ମହାପାତ୍ର ଙ୍କ ନିଧନ ଖବର ଶୁଣି ରାଜ୍ୟ ୱେବ ମିଡ଼ିଆ ସଂଘ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି ! ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ୟୁନିୟନ ର ସମ୍ପାଦକ ଦାୟିତ୍ୱରେ ଥିବା କିଶୋର ମହାପାତ୍ରଙ୍କ ଅକାଳ ବିୟୋଗ ଡିଜିଟାଲ ମିଡ଼ିଆ ସଂଘ ପ୍ରତି ଏକ ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଛନ୍ତି ରାଜ୍ୟ ୱେବ ମିଡ଼ିଆ ସଂଘର କର୍ମକର୍ତ୍ତା !


