ପାରାଦୀପ ଇଫକୋର ଜ୍ୟୋତି ଲେଡିଜ୍ କ୍ଲବ ଓ ମନସା ଚାରିଟେବୁଲ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ସେବାକାର୍ଯ୍ୟ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) ଚକ୍ରବର୍ତ୍ତୀ ଓତା : ପାରାଦୀପ ଇଫକୋର ଜ୍ୟୋତି ଲେଡିଜ୍ କ୍ଲବ ଓ ମନସା ଚାରିଟେବୁଲ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ପାରାଦୀପ ମୁନିସିପାଲିଟି କଲ୍ୟାଣ ମଣ୍ଡପ ଠାରେ ଜଗନ୍ନାଥ ମନ୍ଦିର ନିକଟସ୍ଥ ମୁଣ୍ଡାପଡା ଓ ବଙ୍ଗାଳିପଡା ବସ୍ତିର ପିଲା ମାନଙ୍କୁ ସ୍କୁଲ ବ୍ୟାଗ , ଟିଫିନ ବକ୍ସ , ପାଣି ବୋତଲ , କମ୍ପାସ ବକ୍ସ ସମେତ ଶିକ୍ଷା ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି । ଏହି ଅବସରରେ ପାରାଦୀପ ଇଫକୋର ନିର୍ଦ୍ଦେଶକ କେ.ଜେ. ପଟେଲ ମୁଖ୍ୟ ଅତିଥି ଭାବେ ଓ ଜ୍ୟୋତି ଲେଡିଜ୍ କ୍ଲବର ସଭାନେତ୍ରୀ ମମତାବେନ୍ ପଟେଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏହି ଉପକରଣ ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଲେଡିଜ କ୍ଲବର ସଦସ୍ୟା ମିନି ନୀଳାମ୍ବରନ , ଜାନବୀ ଭାରତୀ , କାମିଲିନି ଶ୍ରୀବାସ୍ତବ , ଶାଲିନି ପାଣ୍ଡେ , ଇଫକୋ ପ୍ରଶାସନିକ ଅଧିକାରୀ ପ୍ରଶନ୍ନ କୁମାର ବେଉରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ମନସା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ମୃତ୍ୟୁଜଂୟ ମିଶ୍ର ପରିଚାଳନା କରିଥିବା ବେଳେ ଟ୍ରଷ୍ଟର ଏନ.ସି. ଅଗସ୍ତି , ଗୋବିନ୍ଦ ମିଶ୍ର , ଅକ୍ଷୟ ଚନ୍ଦ୍ର ମିଶ୍ର ଓ ସମସ୍ତ ସଦସ୍ୟଏଥିରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *