ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ରେ ଦିବଂଗତ ସାମ୍ବାଦିକ କିଶୋର ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ କାର୍ଯ୍ୟରତ ସାମ୍ବାଦିକ ! ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡ଼ିଆ ୟୁନିୟନ ର ସମ୍ପାଦକ ତଥା ଆୱାଜ ମିଡ଼ିଆ ର ନୟାଗଡ ଜିଲ୍ଲା ପ୍ରତିନିଧି କିଶୋର ମହାପାତ୍ର ଙ୍କ ଅକାଳ ବିୟୋଗ ଖବର ଶୁଣି ସାମ୍ବାଦିକ ମହଲରେ ଶୋକ ଖେଳି ଯାଇଥିବା ବେଳେ ଆତ୍ମାର ସଦଗତି କାମନା କରି ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜିତ ହୋଇଥିଲା !

ବୋଲଗଡ ଅଞ୍ଚଳରେ କାର୍ଯ୍ୟରତ ପ୍ରମୁଖ ପ୍ରେସ ପ୍ରତିନିଧି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି । ବୋଲଗଡ ଡାକବଙ୍ଗଳା ରେ ରବିବାର ଅପରାହ୍ନରେ ଏକ ଜରୁରୀ ବୈଠକ ଏବଂ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ସମ ଭାବାପର୍ଣ୍ଣ ପ୍ରତିନିଧି ମାନେ ଏକତ୍ରିତ ହୋଇ ବୋଲଗଡ ନାମରେ କୋଣସି ପ୍ରେସ କ୍ଳବ ସହ ଅନୁବନ୍ଧିତ ନୁହନ୍ତି ବୋଲି ଘୋଷଣା କରିଥିଲେ । ଏହି ବୈଠକରେ ସମ୍ବାଦ ଓ ସକାଳରୁ ମନୋରଞ୍ଜନ ମିଶ୍ର , ସମାଜରୁ ଦୀପକ ପାହାଡ଼ସିଂ ଓ ପାଣ୍ଡବ ସାହୁ , ଧରିତ୍ରୀ ରୁ ଦେବବ୍ରତ ହୋତା , ପ୍ରଗତିବାଦୀ ପ୍ରତିନିଧି ପ୍ରଦୀପ ପ୍ରଧାନ , ନିତିଦିନ ଅବଦୁଲ ଖାଲିକ , ପ୍ରମେୟ ରାଜେନ୍ଦ୍ର କୁମାର ସାହୁ , ଓଡ଼ିଶା ଭାସ୍କର ନିରଞ୍ଜନ ନାୟକ , ସର୍ବସାଧାରଣ ରୁ ପ୍ରଫୁଲ୍ଲ ସିଂ ଏବଂ ଗଙ୍ଗାଧର ସାହୁ , ଅର୍ଗସ ନିଉଜ ରୁ ବିଷ୍ଣୁ ପ୍ରସାଦ କର ଓ ଏମ୍ବିସି ପ୍ରତିନିଧି ସୁରେଶ ସାମନ୍ତରାୟ ଏବଂ କାମୟାବ ଟିଭି ରୁ ରଘୁନାଥ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ନୟାଗଡ ଜିଲ୍ଲାର ବରିଷ୍ଠ ନିର୍ଭୀକ ସାମ୍ବାଦିକ କିଶୋର ଚନ୍ଦ୍ର ମହାପାତ୍ର ଙ୍କ ବ୍ରେନ ଷ୍ଟ୍ରୋକ ରେ ଅକାଳ ବିୟୋଗ ଜନିତ ଘଟଣା ପରେ ଅମର ଆତ୍ମାର ସଦ୍ଗତି କାମନା କରି ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା ।

