ସତ୍ୟ ନାରାୟଣ ବିଦ୍ୟାଳୟ ପରିସରରେ ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ସବୁଜ ମିଶନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ବ୍ଲକ ୪୨ ମୌଜା, ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଶ୍ରୀରାମରେ ଅବସ୍ଥିତ ସତ୍ୟ ନାରାୟଣ ବିଦ୍ୟାଳୟ ପରିସରରେ ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଓ ଭାଗବତ ଜନ୍ମ ଅବସରରେ ଏକ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ଉଦ୍ୟମ ଓ ତତ୍ତ୍ୱାବଧାନରେ ବୃକ୍ଷରୋପଣ ସହିତ ବୃକ୍ଷ ସୁରକ୍ଷା ବ୍ୟବସ୍ଥା ପାଇଁ ଫାଙ୍କା ଥିବା କିଛି ଜାଗାରେ ବନ୍ଦ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ରବି ନାରାୟଣ ପ୍ରଧାନ ଓ ସାମାଜିକ ନ୍ୟାୟ କର୍ମୀ ବସନ୍ତ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିବା ସହ ବୃକ୍ଷରୋପଣ କରି ମିଶନ “ଲେଟସ୍ କ୍ରିଏଟ୍ ଫରେଷ୍ଟସ୍ , ଲଙ୍ଗଲିଭ୍ ହ୍ୟୁମାନ ୱେଲଥ୍ ” ଅଭିଯାନକୁ ସଫଳ କରିବା ପାଇଁ ସମସ୍ତଙ୍କୁ ବୃକ୍ଷରୋପଣ ଓ ସଂରକ୍ଷଣ କରିବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ସ୍ୱାଇଁ ଙ୍କ ସହଯୋଗରେ ସହ ଶିକ୍ଷକ ସନ୍ଦୀପ କୁମାର ଆଚାର୍ଯ୍ୟ, ଶିବ ନାରାୟଣ ପ୍ରଧାନ, ସନ୍ତୋଷ କୁମାର ପତି, ଷ୍ଟାଫ ଗଗନ ବିହାରୀ ଶତପଥି, ପ୍ରକାଶ ଚନ୍ଦ୍ର ଦେବତା ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ଙ୍କ ସହଯୋଗରେ ସହ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଶତପଥି ଓ ଶୁଭସ୍ମିତା ସାହୁ ବୃକ୍ଷରୋପଣ ଓ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ୱାର୍ଡ ସଭ୍ୟ ମନୋଜ ଦୀକ୍ଷିତ, ବାପି ବାରିକ, କିରଣ ପଣ୍ଡା, ସନାତନ ବେହେରା, ମିତୁଲ ପଣ୍ଡା , ଆଦିତ୍ୟ କର, ଜିତନ ନାୟକ ଓ ଚୈତନ୍ୟ ପଣ୍ଡା ପ୍ରଭୃତି ସହଯୋଗ କରି ବୃକ୍ଷରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *