ଅସୁରେଶ୍ଵର ଅଞ୍ଚଳରେ ଭାଗବତ ଜନ୍ମ ଉତ୍ସବ ପାଳନ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ସନାତନ ଧର୍ମର ବେଦ ଶାସ୍ତ୍ର ମଧ୍ୟ ରୁ ଅନ୍ୟତମ ଶ୍ରୀମଦ୍ ଭାଗବତ ଗୀତ । ପବିତ୍ର ଇନ୍ଦ୍ରତ୍ସବ ପୂର୍ଣ୍ଣିମା ଉତ୍ସବ ଅବସରରେ ଅସୁରେଶ୍ଵର ଅଞ୍ଚଳରେ ଭାଗବତ ଜନ୍ମ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପାଇକରାପୁର ଦଶହରା ପଡ଼ିଆ ମା କୋଚିଳେଇ ପୀଠରେ ସାତ ଦିନ ବ୍ୟାପି ଭାଗବତ ପାରାୟଣ ନାମଯଜ୍ଞ ଅନୁଷ୍ଠିତ ହେଇ ପୂର୍ଣ୍ଣିମା ଦିନ ପୂର୍ଣ୍ଣାହୁତି ହୋଇଥିଲା । ଏହି ଭାଗବତ ପାରାୟଣ ଯଜ୍ଞରେ କର୍ତ୍ତା ରୁପେ ଗୋପାଳ ଚନ୍ଦ୍ର ବେହେରା ଦାୟିତ୍ଵ ସମ୍ପନ୍ନ କରିଥିବା ବେଳେ ବିଶିଷ୍ଟ ପଣ୍ଡିତ ଶ୍ରୀକାନ୍ତ ପଣ୍ଡା, ମହାକାଳୀ ଆଚାର୍ଯ୍ୟ , ଅଜୟ ମିଶ୍ର ପ୍ରମୁଖ ଯଜ୍ଞକୁ ସମ୍ପୁର୍ଣ୍ଣ କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ଅଣସରପୁର ମା “ବୁଢ଼ୀ ଜାଗୁଳାଇ ପୀଠ ଭାଗବତ ଟୁଙ୍ଗି ରେ ସନ୍ଥ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ ତତ୍ବାବଧାନରେ ଭାଗବତ ଜନ୍ମ ଉତ୍ସବ ପାଳନ ହୋଇଯାଇଛି ।

Leave a Reply

Your email address will not be published. Required fields are marked *