ବାଲୁଗାଁ ପାଟଣା ସାହିର କଣ୍ଢେଇ କ୍ଲବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ପାଟଣା ସାହିର କଣ୍ଢେଇ କ୍ଲବ ପକ୍ଷରୁ ଗଣେଶ ପୂଜା ଅବସରରେ ଗ୍ରାମର କୁନି କୁନି ପ୍ରତିଭା ମାନଙ୍କୁ ନେଇକି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ! ଶ୍ରୀ ଗଣେଶ ପୂଜାରେ ସମଗ୍ର ବାଲୁଗାଁ ସହର ଉତ୍ସବ ମୁଖର ହୋଇଥିବା ବେଳେ , ବାଲୁଗାଁ ସହରର ସମସ୍ତ କ୍ଲବ ଓ ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ପୂଜାର୍ଚ୍ଚନା ଚାଲୁରହିଛି ! କେତେକ କ୍ଲବ ଅନୁଷ୍ଠାନ ରେ ଭସାଣି ଉତ୍ସବ ସରିଗଲାଣି , ଆଉ କେତେକ ବାଲୁଗାଁ ସହରର କିଛି କ୍ଲବ ରେ ପୂଜାର୍ଚ୍ଚନା ଚାଲିଛି । ପାଟଣା ସାହିର କଣ୍ଢେଇ କ୍ଲବ ପକ୍ଷରୁ ଗଣେଶ ପୂଜା ଅବସରରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ! ଆଜି ସେହି ଗ୍ରାମର କୁନି କୁନି ପିଲାଙ୍କୁ ନେଇ ନୃତ୍ୟ ପରିବେଷଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବାଲୁଗାଁ ଏନ୍.ଏ.ସି. ୭ ନମ୍ବର ୱାର୍ଡର କାଉନସିଲର ଙ୍କ ପ୍ରତିନିଧି ସହଦେବ ବେହେରା, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଧୋବା ବିଶ୍ଵାଳ, ବିଜୁ ଛାତ୍ର ଜନତା ଦଳର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପରିଡ଼ା, ସମାଜସେବୀ ଉମାକାନ୍ତ ବେହେରା ଯୋଗ ଦେଇଥିଲେ । ଗତ ଦୁଇବର୍ଷ କୋଭିଡ କଟକଣା ପରେ ଚଳିତ ବର୍ଷ ଧୁମ୍ ଧାମ ସହିତ ଆୟୋଜିତ ହେଉଛି ଶ୍ରୀଗଣେଶ ପୂଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ।

Leave a Reply

Your email address will not be published. Required fields are marked *