ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ଼ ପଞ୍ଚାୟତ ଅନ୍ତର୍ଗତ ମଲିପଦର ଗ୍ରାମରେ ନୂଆ ପାରିଜାତ କ୍ଳବ ପରିସରରେ ରାଷ୍ଟ୍ରଶକ୍ତି ମିଶନ ଓ ଆମ ଗାଁ ମହୋତ୍ସବ କମିଟି ପକ୍ଷରୁ ମୋତିଆ ବିନ୍ଦୁ ଚିହ୍ନଟ ଶିବିର ଆୟୋଜିତ ହୋଇଯାଇଛି ! ଭୁବନେଶ୍ୱର ସେଣ୍ଟର ଫର ଆଇ ହସ୍ପିଟାଲର ବିଶେଷଜ୍ଞ ଯୋଗଦେଇ ଚକ୍ଷୁ ରୋଗୀଙ୍କୁ ପରାମର୍ଶ ଦେଇଥିଲେ । ଏଥିରେ ବିଜେଡି ଦଳର ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ, ମହୋତ୍ସବ କମିଟିର ଉପଦେଷ୍ଟା ସୁବାସ ମହାନ୍ତି, ସଭାପତି ବିଦ୍ୟାଧର ମହାରଣା, ସମ୍ପାଦକ ଶିଶିର ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା ଅତିଥି ଭାବେ ଯୋଗଦେଇ ଚକ୍ଷୁ ରୋଗ ସମସ୍ୟା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମକୁ ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିବା ବେଳେ ରବୀନ୍ଦ୍ର କୁମାର ବାରିକ, ପ୍ରେମାନନ୍ଦ ମହାପାତ୍ର ସହଯୋଗ କରିଥିଲେ ।