ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ନୂଆଗଡ ବ୍ଲକର ସଦଭାବନା ଗୃହ ଠାରେ ପ୍ରେମ ଓ ୟୁଏନଏଫପିଏ ର ମିଳିତ ଉଦ୍ୟମରେ ମହିଳା ଓ କିଶୋରୀ ବାଳିକା ଅନୁକୁଳ ଆଦର୍ଶ ପଞ୍ଚାୟତ ଗଠନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ନିହିମିୟ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ମାନଙ୍କୁ ଘରୋଇ ହିଂସା , ବାଳିକା ମାନେ ଅଧା ପାଠ ପଢ଼ାରେ ଘରେ ରହିଯାଇଥିବା , ବାଲ୍ୟବିବାହ ଉଚ୍ଛେଦ ଆଦି ବିଷୟକୁ ନେଇ ଦୃଢ଼ତାର ସହ ମୁକାବିଲା କରିବା ପାଇଁ ପଞ୍ଚାୟତ ସ୍ତରରେ ନିଷ୍ପତ୍ତି ନେବାକୁ ଶପଥ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଡ଼ିଓ ଲାବନ୍ଧୁ ମହାନ୍ତି , ସିଡିପିଓ ସୁରତି ପ୍ରଧାନ ,ସହକାରୀ ଯନ୍ତ୍ରୀ ପ୍ରଦ୍ୟୁମ୍ନ ଦାଶ , ଜିପିଓ ନୃସିଂହ ମିଶ୍ର , ୟୁଏନଏଫପିଏ ର ଜିଲ୍ଲା ସଂଯୋଜିକା ସଂଯୁକ୍ତା ତ୍ରିପାଠୀ , ଜେ.ଚନ୍ଦ୍ରଶେଖର , ୧୯ ଗୋଟି ପଞ୍ଚାୟତର ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପ୍ରେମ ସଂସ୍ଥାର ବରିଷ୍ଠ କର୍ମୀ ଲଜାର ଲିମା ଓ ବ୍ଲକ କୋଡ଼ିନେଟର ରାଜେନ୍ଦ୍ର ଲିମା , ପ୍ରଶାନ୍ତ ରାଇତ , କୃଷ୍ଣ ମଣ୍ଡଳ , କୁମୁଦିନି ପାଣିଗ୍ରାହୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ମହିଳା ଓ କିଶୋରୀ ବାଳିକାଙ୍କ ଆଦର୍ଶ ପଞ୍ଚାୟତ ସମାବେଶ !!!

