ବାଲୁଗାଁ : କାମ କରୁଥିବା ବେଳେ ଶ୍ରମିକଙ୍କ ମୃତ୍ୟୁ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସୀଙ୍ଗେଶ୍ଵର ନିକଟରେ ଥିବା ମାମୁ ଭଣଜା ପାହାଡ଼ କୁ ଲାଗି ରହିଛି ଏକ ନବନିର୍ମିତ ପାର୍କ l ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବାହାରିଥିଲେ କର୍ମ କ୍ଷେତ୍ରରେ, ସେହି ପାର୍କରେ ମିଳି ଯାଇଥିଲା କାମ ! ଶ୍ରମିକ ଭାବରେ ନିଜେ କାର୍ଯ୍ୟ କରିବା ସହିତ ଅନ୍ୟ ଶ୍ରମିକ ମାନେ ମଧ୍ୟ ସେଠାରେ କାମ କରୁଥିଲେ l ହଠାତ ଜଣେ ଶ୍ରମିକ କାର୍ଯ୍ୟରତ ସମୟରେ ଟଳି ପଡିଲେ l ସାଙ୍ଗରେ ଥିବା ଅନ୍ୟ ମାନେ ତାଙ୍କୁ ସେଠାରୁ ଅଚେତ ଅବସ୍ଥାରେ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ ! କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ସୂଚନା ମୁତାବକ କୁହୁଡି ଅଞ୍ଚଳର ଅର୍ଜୁନ ବିଶ୍ୱାଳ ବୟସ ଷାଠିଏ ହେବ l ସେ ଦୀର୍ଘ ଦିନ ହେବ ବଡକୁଳ ରେ ଭଡାଘରେ ରହି ଆସୁଥିଲେ l ପରିବାର କହିଲେ ନିଜ ଧର୍ମ ପତ୍ନୀ, ତିନିପୁଅ ବୋହୁ ଓ ନାତି ନାତୁଣୀ l ପ୍ରତିଦିନ ପରି ଆଜି ମଧ୍ୟ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ତେଲ ଲୁଣର ସଂସାରକୁ ଚଳେଇବାକୁ ବାହାରି ଯାଇଥିଲେ ! ହେଲେ କର୍ମ କ୍ଷେତ୍ରରେ ଚାଲିଗଲା ଜୀବନ !

Leave a Reply

Your email address will not be published. Required fields are marked *