ବନ୍ଦ ହେଲା ବାଲୁଗାଁ ରେଳ ଷ୍ଟେସନ ପରିସରରେ ଥିବା କ୍ୟାଣ୍ଟିନ !!!

0
191

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ପରିସରରେ ଦୀର୍ଘ ବର୍ଷ ଧରି ରହିଥିବା କ୍ୟାଣ୍ଟିନକୁ ଆଜି ରେଳ ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଛି । ତେବେ ଏଥିରେ ବେଶୀ ପ୍ରଭାବିତ ହେବେ ରେଳ ଯାତ୍ରୀ । ସୂଚନା ଥାଉ କି ଖୋର୍ଦ୍ଧା ରୋଡ ଓ ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ସବୁଠାରୁ ବଡ଼ ଷ୍ଟେସନ ବାଲୁଗାଁ ଅଟେ । ଏଠାରୁ ପ୍ରତିଦିନ ଶହ ଶହ ଯାତ୍ରୀ ଭାରତର ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ଏପରିକି ବ୍ୟବସାୟ ପେଣ୍ଠସ୍ଥଳି ବାଲୁଗାଁ ହୋଇଥିବା ବେଳେ ବିଭିନ୍ନ ଜିଲ୍ଲାରୁ ପ୍ରତିଦିନ ଶହ ଶହ ଯାତ୍ରୀ ଏଠାକୁ ଆସିଥାନ୍ତି । ଅନୁରୂପ ଭାବେ ଆଇଏନଏସ ଚିଲିକାକୁ ମଧ୍ୟ ପ୍ରତିଦିନ ବହୁ ପ୍ରଶିକ୍ଷାର୍ଥୀ ଓ ଅଧିକାରୀ ମାନେ ବାଲୁଗାଁ ଷ୍ଟେସନକୁ ଆସିଥାନ୍ତି । ପ୍ରତିଦିନ ବହୁ ସରକାରୀ ଓ ବେସରକାରୀ କର୍ମଚାରୀ ମାନେ ବାଲୁଗାଁ ଷ୍ଟେସନରୁ ନିଜ ଗନ୍ତବ୍ୟସ୍ଥଳକୁ ଯା ଆସ କରିଥାନ୍ତି । ତେବେ ଏ ସବୁ ଭିତରେ କାହିଁ କେଉଁ କାଳରୁ ଯାତ୍ରୀମାନଙ୍କୁ ଉକ୍ତ ଏକମାତ୍ର କ୍ୟାଣ୍ଟିନ ଟି ସେବା ଯୋଗାଇ ଆସୁଥିଲା ଯାହାକି ଏବେ ବନ୍ଦ ହୋଇଯାଇଛି ।

ବର୍ତ୍ତମାନ ରେଳ ଯାତ୍ରୀ ମାନେ କ୍ୟାଣ୍ଟିନ ବିନା ନାହିଁ ନଥିବା ଅସୁବିଧାର ସମୁଖୀନ ହେବେ। ଖାଦ୍ୟଠୁ ନେଇ ଚା ଏବଂ ପାଣି ପାଇଁ ସମସ୍ତେ ଉକ୍ତ କ୍ୟାଣ୍ଟିନ ଉପରେ ନିର୍ଭର କରୁଥିଲେ । ତେବେ ଏ ନେଇ ବାଲୁଗାଁ ରେଳ ଷ୍ଟେସନ ମାଷ୍ଟର ଶଙ୍କର ନାୟକଙ୍କୁ ପଚାରିବାରୁ ଉକ୍ତ କ୍ୟାଣ୍ଟିନ ଟି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବେଳେ ବହୁ ଦିନ ପୁର୍ବରୁ ଏହାର ଟେଣ୍ଡର ଅବଧି ମଧ୍ୟ ଶେଷ ହୋଇ ଯାଇଥିଲା ବୋଲି କହିଛନ୍ତି । ଏହାକୁ ଖାଲି କରିବା ପାଇଁ କ୍ୟାଣ୍ଟିନ ଚାଳକଙ୍କୁ ରେଳବାଇ ପକ୍ଷରୁ ପୁର୍ବରୁ ନୋଟିସ ହୋଇସାରିଛି । ବର୍ତ୍ତମାନ ୱାନ ଷ୍ଟେସନ ୱାନ ପ୍ରଡକ୍ଟ ନିୟମ ଅନୁଯାୟୀ ବାଲୁଗାଁ ରେଳ ଷ୍ଟେସନରେ ନୂତନ କ୍ୟାଣ୍ଟିନ ବ୍ୟବସ୍ଥା ହେବ ବୋଲି ଶ୍ରୀ ନାୟକ କହିଛନ୍ତି । ତେବେ ରେଳ ବିଭାଗ ପକ୍ଷରୁ ଯଥାଶୀଘ୍ର ନୂତନ କ୍ୟାଣ୍ଟିନ ବ୍ୟବସ୍ଥା କରାଯାଉ ବୋଲି ରେଳ ଯାତ୍ରୀ ମାନେ ଡ଼ିଆରଏମଙ୍କ ନିକଟରେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here