ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପୁଣି ଥରେ ଜନନୀ ସୁରକ୍ଷା ଯୋଜନା ର ବିକଳ ଚିତ୍ର ଦେଖିବାକୁ ମିଳିଛି । ଗର୍ଭବତୀ ମହିଳା ଦୋଳାରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ଗଲେ , କିନ୍ତୁ ଗର୍ଭବତୀ ମହିଳାଙ୍କ ପାଖକୁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ । ପ୍ରାୟ 3 କିଲୋମିଟର ପର୍ଯ୍ୟନ୍ତ ବୋହିକି ନେଲେ ସ୍ଥାନୀୟ ବାସିନ୍ଦା , ଗାଁ କୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଆଗକୁ ଯାଇ ପାରିନଥିଲା । ଏହିପରି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକ ଅନ୍ତର୍ଗତ ପୁରୁଣା ପାଣି ଗ୍ରାମ ପଞ୍ଚାୟତ କୁମୁଟି ପଂକାଳ ଗ୍ରାମରେ । ସୂଚନାନୁସାରେ ସେହି ଗ୍ରାମରେ ପ୍ରାୟ 25 ରୁ 30 ପରିବାର ବସବାସ କରୁଥିବା ବେଳେ ସେଠାରେ ସରକାରଙ୍କ ଦ୍ଵାରା କୌଣସି ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ ! ବିଜୁଳି ହେଉ କି , ପାନୀୟ ଜଳ କଥା ହେଉ, ରାସ୍ତା ଘାଟ କଥା ନ କହିବା ଭଲ । ଅନେକ ଥର ଅଭିଯୋଗ ସତ୍ତ୍ୱେ ମଧ୍ୟ କିଛି ସେମାନେ ସୁବିଧା ପାଇ ପାରି ନାହାଁନ୍ତି ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡିଲେ ଗ୍ରାମବାସୀ ମୌଳିକ ସୁବିଧା ଉପକୃତ ହୋଇପାରନ୍ତେ ।