କଟକ ମାଟିରେ ସୁବାଷ ପ୍ରେମୀ ଅନୁଜ ଧରଙ୍କୁ ଭବ୍ଯ ସ୍ୱାଗତ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଓଡିଶାର ମହାନ ସଂଗ୍ରାମୀ ସୁବାଷ ବୋଷଙ୍କ ସ୍ମାରକୀ ଓ ମିୟୁଜିୟମକୁ ଦର୍ଶନ କରିବା ପାଇଁ ସୁଦୂର ଦିଲ୍ଲୀରୁ ଅନୁଜ ଧର ଯେ କି ସୁବାଷ ବୋଷଙ୍କ ଉପରେ ୧୦ ରୁ ଉର୍ଦ୍ଧ ବହି ଲେଖି ସାରିଛନ୍ତି ଆଜି କଟକ ମାଟିରେ ପହଞ୍ଚିଛନ୍ତି । କଟକରେ ପହଞ୍ଚିବା ପରେ ମୋ କଟକ ମୋ ଚିନ୍ତାର ସଦସ୍ୟ ମାନେ ତାଙ୍କୁ ଭବ୍ଯ ସ୍ବାଗତ ଜଣାଇଛନ୍ତି । ଏହା ପରେ ନେତାଜୀ ସୁବାଷ ବୋଷଙ୍କ ସଂଗ୍ରହାଳୟ ବୁଲି ଅନୁଜ ଧର ତାହାର ପ୍ରଶଂସା କରିବା ସହ ତାହାର ଉନ୍ନତି କିପରି ହୋଇପାରିବ ଏ ନେଇ ଆଲୋଚନା କରିଥିଲେ । ସୁବାଷ ବୋଷଙ୍କର ପରାକ୍ରମ ତାଙ୍କର ନିତି ଆଦର୍ଶକୁ ନେଇ ଏକ ସମ୍ମିଳନୀ ଆୟୋଜନ କରାଯାଉଛି ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକମାନଙ୍କୁ ନିମନ୍ତ୍ରଣ କରାଯାଇଅଛି । ଏହି ଅବସରରେ ସୁବାଷ ବୋଷଙ୍କ ପରାକ୍ରମ ନିତି ଆଦର୍ଶ ଉପରେ ବ୍ଯାକ୍ଷା କରାଯିବ । ଯାହାକି ପାଠ ପଢିବା ସମୟରେ ପଢା ଯାଇନଥିଲା , ସେଇ ପାଠକୁ ଆଜି ତାଙ୍କର ବାସ୍ତବ ରୁପ କଣ ଥିଲା ତାଙ୍କର ଜୀବନ ଶୈଳୀ କଣ ଥିଲା ତା ଉପରେ ଆଲୋକପାତ କରାଯିବ। ତା ସହିତ କିଛି ସଂଗଠନକୁ ସମ୍ମାନିତ ମଦ୍ୟ କରାଯିବ। ଏହି କାର୍ଯ୍ୟକ୍ରମରେ ସମ୍ବାଦପତ୍ରର ସଂପାଦକ ସୌମ୍ଯ ରଞ୍ଜନ ପଟ୍ଟନାୟକ ଓ କଟକ ମେୟର ସୁବାଷ ସିଂ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *