ନେମାଳ ପଞ୍ଚାୟତରେ ମନରେଗା ଯୋଜନା ରେ ବ୍ୟାପକ ଦୁର୍ନୀତି ଅଭିଯୋଗ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ପଞ୍ଚାୟତରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଯୁବନେତା ତଥା ସାମାଜିକ କର୍ମୀ ବିଭୂତିଭୂଷଣ ଦ୍ଵିବେଦୀ ଅଭିଯୋଗ କରିଛନ୍ତି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ଲାଗି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦାବି କରିଛନ୍ତି । ଶ୍ରୀ ଦ୍ଵିବେଦୀଙ୍କ ଅଭିଯୋଗ ମୁତାବକ ନେମାଳ ପଞ୍ଚାୟତରେ ୨୦୨୨ – ୨୩ ଆର୍ଥିକ ବର୍ଷର ମନରେଗା କାର୍ଯ୍ୟରେ ନିୟମ ଉଲ୍ଲଙ୍ଘନ କରି ଲୋକଙ୍କ ବଦଳରେ ରାତିରେ ମେସିନ୍ ରେ କାମ କରାଯିବା ସହ ଟ୍ରାକ୍ଟର ବ୍ୟବହାର କରାଯାଇଛି । ଏଥି ସହିତ ଉକ୍ତ କାମକୁ ନିମ୍ନମାନର ସମ୍ପନ୍ନ କରି ଅର୍ଥ ହରିଲୁଟ କରାଯାଇଥିବା ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଓ ଅମ୍ବୁଡସମ୍ୟାନଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି । ଏଥିସହ ଦିନ ବଦଳରେ ରାତିରେ କାମ କରାଯିବାର ଭିଡିଓ ଓ ଫଟୋ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଙ୍କୁ ପ୍ରଦାନ କରାଯାଇଛି । ଏହାପରେ ଅଭିଯୋଗକାରୀ ମାନଙ୍କୁ ଅବଗତ ନ କରି ପ୍ରବଳ ବର୍ଷା ସମୟରେ ତଦନ୍ତ କରାଯାଇଥିବା ସେ ଅଭିଯୋଗ କରିବା ସହ ପୁର୍ନବାର ତଦନ୍ତ ପାଇଁ ଦାବି କରିଥିଲେ । ବିଶେଷ କରି ନେମାଳ ପଞ୍ଚାୟତ ଥିବା ଅଚ୍ୟୁତାନନ୍ଦ ବିଦ୍ୟାପୀଠରେ ୩ ଲକ୍ଷ ୩୩ ହଜାର ୧୨୯ ଟଙ୍କା ଏବଂ ସମାନ ପ୍ରକଳ୍ପ ର ନାମ ବଦଳାଇ ମିନି ପାର୍କ ଅଚ୍ୟୁତାନନ୍ଦ ବିଦ୍ୟାପୀଠରେ ୩ ଲକ୍ଷ ୨୩ ହଜାର ୮୯୮ ଟଙ୍କାର କାର୍ଯ୍ୟ ଦର୍ଶା ଯାଇଥିବା ଶ୍ରୀ ଦ୍ଵିବେଦୀ ସାମ୍ବାଦିକ ସମ୍ମିଳନୀ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । କଟକ ଜିଲ୍ଲାପାଳ ଓ ଅମ୍ବୁଡୁସ ମ୍ୟାନ୍ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଦ୍ୱାରା ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *