ପରୀକୁ କେବେ ମିଳିବ ନ୍ୟାୟ ?

0
445

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବହୁଚର୍ଚ୍ଚିତ ନୟାଗଡ଼ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମର କୁନି ଝିଅ ପାଞ୍ଚ ବର୍ଷ ର ପରୀ ଅପହରଣ ଓ ହତ୍ୟା ଘଟଣା ତିନି ମାସ ବିତିଲାଣି । କିନ୍ତୁ ଆଜିବି ନୟାଗଡ଼ ପୋଲିସ ହାତ ଖାଲି । ପୁଲିସ ଅଧିକାରୀ ମାନେ କରୋନା ଡ୍ୟୁଟିରେ ବ୍ୟସ୍ତ । ଗରିବ ଝିଅ ପରୀ କିମ୍ବା ତା ପରିବାର କଥା ପଚାରେ କିଏ । ଯଦି କୌଣସି ବଡ ଲୋକର ପିଲା ହୋଇଥାନ୍ତା ଆଜି ନୟାଗଡ଼ ରେ ନିଆଁ ଜଳୁଥାନ୍ତା ବୋଲି ସାଧାରଣ ଲୋକେ ମତ ରଖିଛନ୍ତି । ପରୀ ପାଇଁ ଗ୍ରାମବାସୀ, ଏବିଭିପି ଓ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ପୋଲିସ ମଧ୍ୟ ଅପରାଧୀ ଙ୍କୁ ଧରିବାପାଇଁ ସମୟ ଦେଇଥିଲା । ହେଲେ ବର୍ତ୍ତମାନ ଯାଏଁ ଅଭିଯୁକ୍ତ ମାନଙ୍କର କୌଣସି ଖୋଜ ଖବର ନାହିଁ । ନୟାଗଡ଼ରେ ବହୁ ସମାଜସେବୀ ଓ ସଙ୍ଗଠନ ଜିଲ୍ଲା, ରାଜ୍ୟ ତଥା ଦେଶରେ କିଛି ଅଘଟଣ ଘଟିଲେ ବିଭିନ୍ନ ଉପାୟରେ ଆନ୍ଦୋଳନ କରି ସରକାରଙ୍କ ଉପରେ ଚାପ ପକାନ୍ତି । କିନ୍ତୁ ପରୀ ଘଟଣା ରେ ସମସ୍ତେ ଚୁପ କାହିଁକି ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଏ ଘଟଣା ରେ ପୋଲିସ ର ବିଫଳତା ନୟାଗଡ଼ ଜିଲ୍ଲା ପୋଲିସ ଓ ରାଜ୍ୟ ପୋଲିସର ଅପାରଗତାକୁ ପଦାରେ ପକାଇଛି । ଏପରିକି ଶୁଣିବାକୁ ମିଳୁଛି ଯେ ଗ୍ରାମ ର କିଛି ମୁଷ୍ଟିମେୟ ଲୋକ ପବିତ୍ର ହରିବଂଶ ପୁରାଣ କୁ ଧରି ଗ୍ରାମରେ ନିୟମ କରିଥିଲେ । ହେଲେ ଏହି ଘଟଣା କେତେ ଦୂର ସତ୍ୟାସତ୍ୟ ପୋଲିସ ଏହାର ତଦନ୍ତ କରିଛି କି ନାହିଁ ତାହା ମଧ୍ୟ ଜଣାନାହିଁ । ପରୀ ହତ୍ୟାକାଣ୍ଡ ଘଟଣା କେତେଦୂର ଅଗ୍ରଗତି ହୋଇଛି ପୋଲିସ ପ୍ରଶାସନ ଏହାର ଉତ୍ତର ଜନସାଧାରଣଙ୍କ ନିକଟରେ ରଖିବାପାଇଁ ସଧାରଣ ରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here