ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଗ୍ରାମ୍ୟଉନ୍ନୟନ ଆଞ୍ଚଳିକ ସମ୍ବଳ କେନ୍ଦ୍ର ଠାରେ ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବାସଂଘ ଗଜପତି ଶାଖାର ଇଂଜିନିୟର ଦିବସ ପାଳିତ ହୋଇଯାଇଛି। ଗଜପତି ଶାଖାର ସଭାପତି ଇଂଜିନିୟର ସିଦ୍ଧାର୍ଥ ଶଙ୍କର ତ୍ରିପାଠୀଙ୍କ ତତ୍ୱ।ବଧାନରେ ଇଂଜିନିୟର ଦିବସ ପାଳିତ ହୋଇଯାଇଛି। ପ୍ରଥମେ ସଭାପତି ଏମ୍ ବିଶ୍ୱେସ ରାୟଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ଉପସ୍ଥିତ ସମସ୍ତ ଇଂଜିନିୟର ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ମଞ୍ଚାସିନ ଭାବେ ସଭାପତି ଇଂଜିନିୟର ସିଦ୍ଧାର୍ଥ ଶଙ୍କର ତ୍ରିପାଠୀ, ସଂପାଦକ ଉଦୟଭାନୁ ମହାନ୍ତି, ଅତିରିକ୍ତ ମହା ମଣ୍ଡଳ ସଂପାଦକ ନାଗେଶ୍ୱର ସେନାପତି, ଉପଦେଷ୍ଟା ଶ୍ରୀନିବାସ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଇଂଜିନିୟର ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ ସଭାପତି ନିଜର ମତ ପ୍ରକାଶ କରିଥିଲେ । ବିଭିନ୍ନ ସମସ୍ୟାର ସମାଧାନ ଓ ସଂଘର ଉନ୍ନତି ହେବ ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଇଂଜିନିୟର ଦିବ୍ୟଲୋଚନ ନାୟକ, ଇଂଜିନିୟର କୋଦଣ୍ଡ ପାଣିଗ୍ରାହୀ, ଇଂଜିନିୟର ସୁଷମା ବେହେରା, ଇଂଜିନିୟର ଦିଲ୍ଲୀପ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ଉପସ୍ଥାପନ କରିଥିଲେ। ସଂଘର ନିଜସ୍ୱ ବିଲଡିଂ ଯଥା ଶୀଘ୍ର ଆରମ୍ଭ କରିବା ପାଇଁ ସଦସ୍ୟ ମାନେ ନିଜର ମତ ପ୍ରକାଶ କରିଥିଲେ। ସମସ୍ତଙ୍କର ସହଯୋଗ ରହିଲେ ନିଶ୍ଚୟ ବିଲଡିଂ କାମ ଆରମ୍ଭ କରାଯିବ ବୋଲି ସଭାପତି କହିଥିଲେ। ପରେ ବିଭିନ୍ନ ବିଭାଗର ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଥିଲେ ସଭାପତି । ଏହି କାର୍ଯ୍ୟକ୍ରମ କୋଭିଡି 19 ନିୟମ ଅନୁଯାୟୀ ମାସ୍କ ପିନ୍ଧି ସାମାଜିକ ଦୂରତା ରଖି କମ ସଂଖ୍ୟକ ସଦସ୍ୟଙ୍କୁ ନେଇ ନିରାଡ଼ମ୍ବର ଭାବେ ପାଳିତ କରାଯାଇଥିଲା ।