ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏବଂ ବାଲୁଗାଁ ଏସଡିପିଓ ତତ୍ୱାବଧାନରେ ବାଲୁଗାଁ ପୋଲିସ ନିଖୋଜ / ଅପହୃତ ନାବାଳିକାଙ୍କ ଉଦ୍ଧାର ଅପରେସନ ଜାରି ରଖିଥିବା ବେଳେ ଗତ ଚାରି ଦିନ ମଧ୍ୟରେ ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି l ୨୦୨୦ ରୁ ୨୦୨୨ ମଧ୍ୟରେ ସମସ୍ତ ୩ ଗୋଟି ମାମଲା ଥିବା ଜଣାପଡିଛି । ତେବେ ଉଦ୍ଧାର ନାବାଳିକାଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ବେଳେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ବିଶେଷ ଧ୍ୟାନ ରଖିଛି ପୋଲିସ । ଯାହା ଫଳରେ ବର୍ଷ ବର୍ଷ ଧରି ନିଖୋଜ ଥିବା ନାବାଳିକାଙ୍କ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିଛି ପୋଲିସ । ବାଲ୍ୟ ବିବାହ ଏବଂ ନାବାଳିକାଙ୍କ ଅପହରଣ ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିବା ବେଳେ ଏହି ସମ୍ବନ୍ଧରେ ଖୁବ ଶୀଘ୍ର ବାଲୁଗାଁ ପୋଲିସ ପକ୍ଷରୁ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯିବା ନେଇ ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି l ଅନୁରୂପ ଭାବେ ବାଲୁଗାଁ ଥାନାରେ କୌଣସି ମହିଳା ଅଧିକାରିଣୀ ନଥିବା ବେଳେ ବାଣପୁର ଅତିରିକ୍ତ ମହିଳା ଆଇଆଇସି ଙ୍କୁ ବାଲୁଗାଁକୁ ବଦଳି କରାଯାଇଥିବାରୁ ଆଇଆଇସି ଶ୍ରୀ ଦାସ ଏସଡ଼ିପିଓ ଏବଂ ଏସପିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l
ବାଲୁଗାଁ ପୁଲିସ ଦ୍ୱାରା ନିଖୋଜ ନାବାଳିକାଙ୍କ ଉଦ୍ଧାର ଅପରେସନ ଜାରି : ଚାରି ଦିନରେ ୩ ଜଣ ନାବାଳିକା ଉଦ୍ଧାର !!!

