ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଭାରତୀୟ ପର୍ଯ୍ୟଟନ ବିଭାଗ ଓ ବାଲୁଗାଁ ଓଡ଼ିଆର୍ଟ ସେଣ୍ଟର୍ ବଡକୂଳର କର୍ମକର୍ତ୍ତା ମିଳିତ ଆନୁକୁଲ୍ୟରେ ସ୍ୱଛତା ଅଭିଯାନ ମଙ୍ଗଳା ଯୋଡ଼ି ଓ ବଡକୁଳ ପାନ୍ଥ ନିବାସ ଠାରେ କରା ଯାଇଥିଲା । ସ୍ୱଛ ଭାରତ ମିଶନ ତରଫରୁ ୧୬ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଭାରତ ସରକାର ଙ୍କ ଦ୍ଵାରା ନିର୍ଦ୍ଧାରିତ କରାଯାଇ ଥିବା ଅଭିଯାନ କୁ ସୋମବାର ପ୍ରଥମ ଦିନରେ ସକାଳ ୭ ଘଟିକା ସମୟରେ ପ୍ରଥମେ ଭାରତୀୟ ପର୍ଯ୍ୟଟନ ବିଭାଗ ଓଡ଼ିଶାର ସହ ନିର୍ଦ୍ଦେଶିକା ରଶ୍ମି ସୋନିଆ ତର୍କୀ ମହୋଦୟା ଓ ସେହି ବିଭାଗର ଜଗନ୍ନାଥ ବେହେରା, ସୁନିଲ କୁମାର ନାୟକଙ୍କୁ ଆରତୀ ନାୟକ ଓ ସମୀକ୍ଷା ସାମନ୍ତରାୟ ପୁଷ୍ପଗଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଟାଙ୍ଗି ମଙ୍ଗଳା ଯୋଡ଼ି ଠାରେ ଥିବା ପକ୍ଷୀ ସୁରକ୍ଷା ବାହିନୀର ସମସ୍ତ କର୍ମକର୍ତ୍ତା ସଫେଇ ଅଭିଯାନରେ ଯୋଗ ଦେଇଥିଲେ । ପୁନର୍ବାର ଅପରାହ୍ନ ୩ ଘଟିକା ସମୟରେ ବଡକୁଳ ପାନ୍ଥ ନିବାସ ଜେଟି କୁ ମଟର ବୋଟ ଆସୋସେସନ୍ କର୍ମକର୍ତ୍ତାଙ୍କ ସହ ଓଡ଼ିଆର୍ଟ ସେଣ୍ଟରର ମାନସ ପଟ୍ଟନାୟକ, ରଶ୍ମି ରଂଜନ ଆଚାର୍ଯ୍ୟ ଓ ସୁଶାନ୍ତ କୁମାର ଦାସ ପ୍ରମୁଖ ସଫେଇ କାର୍ଯ୍ୟକୁ ସୂଚାର ରୂପେ ପରିଚାଳନା କରିଥିଲେ ।