ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ – ବାଣପୁର ବାଇପାସ ଓଭର ବ୍ରିଜ ଉପରେ ଘଟି ଯାଇଛି ଏକ ସଡ଼କ ଦୁର୍ଘଟଣା , ଡ୍ରାଇଭର ଗୁରୁତର । ସୂଚନା ମୁତାବକ ସକାଳେ ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ୪୦୭ ମିନିଟ୍ରକ ବାଲୁଗାଁ – ବାଣପୁର ବାଇପାସ ଓଭର ବ୍ରିଜ ଉପରେ କୌଣସି କାରଣବଶତଃ ଦୁର୍ଘଟଣାଗସ୍ତ ହୋଇଛି । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବାଣପୁର ପୋଲିସ ଏବଂ ବାଣପୁର ବ୍ଲକ ଡ୍ରାଇଭର ମହାସଂଘ ର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ବାଣପୁର ପୋଲିସ ସମେତ ବାଣପୁର ଡ୍ରାଇଭର ମହାସଂଘର ଉପ-ସଭାପତି ସେକ ସୌକତ ଓ ତାଙ୍କର କିଛି ଡ୍ରାଇଭର ସାଥୀଙ୍କୁ ନେଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ଡ୍ରାଇଭରଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ! ସେଠାରେ ତାଙ୍କର ଦେହ ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରିଛନ୍ତି ।
ବାଲୁଗାଁ – ବାଣପୁର ବାଇପାସ ଓଭର ବ୍ରିଜ ଉପରେ ଗାଡି ଦୁର୍ଘଟଣା : ଡ୍ରାଇଭର ଗୁରୁତର !!!

