ଶରତ ଚନ୍ଦ୍ର କ୍ଲବ ଠାରେ ଶ୍ରଦ୍ଧା ସେବା ସହଯୋଗ ସଂଗଠନ ତରଫରୁ ସାଧାରଣ ସଭା !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ପାଳଲହଡାର ଶରତ ଚନ୍ଦ୍ର କ୍ଲବ ଠାରେ ଶ୍ରଦ୍ଧା ସେବା ସହଯୋଗ ସଂଗଠନ ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସଂଗଠନର ଅଧ୍ୟକ୍ଷ ଇଂ. ଅବନୀକାନ୍ତ ସାହୁ, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ରଘୁନନ୍ଦନ ଆଚାର୍ଯ୍ୟ, ସଂଗଠନର ସଭାପତି ଇଂ ମନୀଷ କୁମାର ପ୍ରଧାନ, ସମ୍ପାଦକ ଇଂ ପ୍ରଶାନ୍ତ କୁମାର ନାଏକ, ଉପ-ସଭାପତି ବନମାଳୀ ବେହେରା, ସହ ସମ୍ପାଦକ ପ୍ରଭାତ କୁମାର ସାହୁ, ମାନସ ରଞ୍ଜନ ଖିଲାର, ବବୁଲ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ପରେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହାପରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ପରେ ପରେ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ସଂଗଠନର ଉଦ୍ଦେଶ୍ୟ ବିଷୟରେ ମତ ରଖି କହିଥିଲେ ଯେ ଗରିବ ଲୋକଙ୍କୁ ଶ୍ରଦ୍ଧା ସେବା ସହଯୋଗ ପ୍ରଦାନ କରିବା ପାଇଁ ଏ ସଂଗଠନ ଗଢା ଯାଇଛି । ବିଶେଷ କରି ଲୋକ ମାନଙ୍କୁ ଚିକିତ୍ସାଳୟରେ କିପରି ଭାବରେ ସେବା ପ୍ରଦାନ କରିବ ସେ ବିଷୟରେ ସଂଗଠନ ଗୁରୁତ୍ୱ ଦେବ । ଏହି ସଭାରେ ପାଳଲହଡା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ପଞ୍ଚାୟତରୁ ହଜାରରୁ ଉର୍ଦ୍ଧ୍ଵ ଯୁବଗୋଷ୍ଠୀଙ୍କ ସମାଗମ ହୋଇଥିଲା । ସଭାକାର୍ଯ୍ୟ ସମାପନ ପରେ ଅବନୀକାନ୍ତ ସାହୁ ସହର ପରିକ୍ରମା କରି ପାଳଲହଡାର ଅଧିଷ୍ଠାତ୍ରୀ ଦେବୀ ମା କୁଣ୍ଢେଇବୀରାଙ୍କ ଆଶୀର୍ବାଦ ଭିକ୍ଷା କରି ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ ।

Leave a Reply

Your email address will not be published. Required fields are marked *