ଚିଲିକାରେ ଏଚଆଇଭି ଏଡ଼ସ୍ ସଚେତନତା ଏବଂ ଟୋଲ ଫ୍ରି ନମ୍ବର 1097 ର ସମ୍ପ୍ରସାରଣ ନିମନ୍ତେ କାର୍ଯ୍ୟକ୍ରମ ଆୟୋଜିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଲିଙ୍କ ୱାର୍କର ସ୍କିମ ପ୍ରୋଜେକ୍ଟ, କଳିଙ୍ଗ ନେଟୱାର୍କ ଫର ପିପୁଲ ଲିଭିଙ୍ଗ ୱିଥ ଏଚଆଇଭି ଏଡ଼ସ୍ ଖୋର୍ଦ୍ଧା ଦ୍ୱାରା ଚିଲିକା ବ୍ଲକ କୁମାଣ୍ଡଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ଏଚଆଇଭି ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଯାହା ମାଧ୍ୟମରେ ଲୋକେ ଏଚଆଇଭି ଏଡ଼ସ ରୋଗ ସମ୍ବନ୍ଧ ରେ ଅଧିକ ତଥ୍ୟ ଜାଣିପାରିବେ । ଟୋଲ ଫ୍ରି ନମ୍ବର ୧୦୯୭ ର ସମ୍ପ୍ରସାରଣ ନିମନ୍ତେ ସରପଞ୍ଚ ଶ୍ରୀମତୀ ସବିତା ସୁନ୍ଦରାୟ, ୱାର୍ଡ ମେମ୍ବର, ଅଙ୍ଗନବାର୍ଡି ଦିଦି, ଆଶା ଦିଦି, ସିଆରପି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ର କିଛି ସଭ୍ୟା ମାନଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗ୍ରାମାଞ୍ଚଳ ର ଲୋକମାନଙ୍କ ମନରେ ଥିବା ଏଚଆଇଭି ଏଡ଼ସ ର ଭ୍ରାନ୍ତ ଧାରଣା କୁ ଦୂର କରିବା ସହିତ ଏଚଆଇଭି ଏଡ଼ସ ରେ ପୀଡିତ ଙ୍କୁ ସାମାଜିକ ଓ ମାନସିକ ସହାୟତା ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏଚଆଇଭି ଏଡ଼ସ ବିଷୟରେ ଅଧିକା ଜାଣିବା ପାଇଁ (NACO)ନାକୋ ର ନିଃଶୁଳ୍କ ନମ୍ବର ୧୦୯୭ ରେ କଲ କରିବା ପାଇଁ କୁହାଯାଇଥିଲା । ସମାଜରେ କିଭଳି ଭାବରେ ଏଚଆଇଭି ରୋଗୀ ମାନଙ୍କୁ ଘୃଣା ଭାବ ପ୍ରଦର୍ଶନ ସହିତ ସାମାଜିକ ବାଛନ୍ଦ ନକରାଯିବ ଏହି କାର୍ଯ୍ୟକ୍ରମ ରେ ଲିଙ୍କ ୱାର୍କର ସ୍କିମ ପ୍ରୋଜେକ୍ଟ ର ଜୋନାଲ ସୁପର ଭାଇଜର ମିସ ସ୍ଵର୍ଣ୍ଣଲତା ଦାଶ, ଲିଙ୍କ ୱାର୍କର ଶ୍ରୀମତୀ ସଂଯୁକ୍ତା ବାହୁବଳେନ୍ଦ୍ର ଏବଂ ମିସ ସୁଭଦ୍ରା ବିଶୋଇ ସମ୍ପୂର୍ଣ୍ଣ ତଥ୍ୟ ଦେବା ସହିତ ସଭା କୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *