ଅନୁଗୁଳ ( ଆୱାଜ ମିଡ଼ିଆ ) – ଚିନ୍ମୟୀ ଦାସ : ମାନବ ସେବାଶ୍ରମ ରେ ବହୁରୂପୀ ଏଂଡୁଅ , ସୁରକ୍ଷିତ ଭାବରେ ଜଙ୍ଗଲରେ ଛଡ଼ାଗଲା ! ତେବେ ଏହା ପୂର୍ବରୁ ସଂଗଠନର କର୍ମକର୍ତ୍ତା ମାନେ ଏଂଡୁଅ ଦୁଇଟି ଙ୍କୁ ମୋଦୀ ଓ ନବୀନ ନାଁ ଦେଇ ତାଙ୍କର ଜନ୍ମଦିନ ପାଳି କେକ କାଟିଥିଲେ ! କିଛି ଦିନ ହେବ ମାନବ ସେବାଶ୍ରମ କୁ ତିନି ଗୋଟି ବହୁରୂପୀ ଏଂଡୁଅ କ୍ରମାଗତ ଭାବେ ପ୍ରବେଶ କରିଥିଲେ , ଅନଗୁଳ ବନ ବିଭାଗ କୁ ଗୋଟିଏ ହସ୍ତାନ୍ତର କର ଯାଇଥିବା ବେଳେ ଆଉ ଦୁଇଟା ପୁଣି ଆସିଲେ ! ଆଜି ତାଙ୍କର ଜନ୍ମଦିନ ପାଳନ ଅବସରରେ କେକ୍ , ମିଠା, ବନ୍ଦାପନା କରାଯାଇ ନିକଟସ୍ଥ ଜଙ୍ଗଲ ରେ ଛଡାଯାଇଛି ! ଏଭଳି ବିରଳ ପ୍ରାଣୀଙ୍କୁ ତାଙ୍କ ପରିବେଶ ରେ ଛାଡି ବଂଶ ବୃଦ୍ଧି କରିବାକୁ ଦିଅନ୍ତୁ ବୋଲି ମତ ଦେଇଛନ୍ତି ସଂଗଠନର ସଦସ୍ୟ !
ମାନବ ସେବାଶ୍ରମ ରେ ବହୁରୂପୀ ଏଂଡୁଅ : ସୁରକ୍ଷିତ ଭାବରେ ଜଙ୍ଗଲରେ ଛଡ଼ାଗଲା !!!

