ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଇନ ସାକ୍ଷରତା ଏବଂ ସଚେତନତା ଶିବିର ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ତାଲୁକ୍ ଆଇନ ସହାୟତା କମିଟି ଖୋର୍ଦ୍ଧା ଜିଲ୍ଲା ବାଣପୁର ତରଫରୁ ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ଆଇନ ସାକ୍ଷରତା ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିନିୟର ସିଭିଲ୍ ଜଜ ମନୋରଞ୍ଜନ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ , ଜେଏମଏଫସି ସ୍ମାତକି ଦାସ, ବାଲୁଗାଁ ଏସ୍ ଡିପିଓ ମାନସ ରଂଜନ ବାରିକ , ବାଣପୁର ବ୍ଲକ ବିଡିଓ ବୁଲବୁଲ ବେହେରା , ବରିଷ୍ଠ ଆଇନଜୀବି ଗୌରିଶଙ୍କର ଷଡଙ୍ଗୀ, ଦିଲ୍ଳୀପ ଶତପଥି , ଜଗନ୍ନାଥ ଭୋଳ , ସୁଧିର ପ୍ରଧାନ, ମହିଳା ମହା ବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମିତା ମହାନ୍ତି ଯୋଗଦେଇ ସାଇବର ଠକେଇ ସମ୍ପର୍କରେ ଆଲୋକପାତ କରିଥିଲେ । ଆଜିର ସମାଜରେ ସାଧାରଣ ଜନତା କିପରି ସାଇବର ଠକେଇ ର ଶିକାର ହେଉଛନ୍ତି । ଏନେଇ ଉପସ୍ଥିତ ଥିବା ବିଦ୍ୟାର୍ଥିଙ୍କୁ ସଚେତନ କରାଇଥିଲେ । ଏହାକୁ କ୍ରୀଡା ଶିକ୍ଷକ ବିଭୁନ୍ଦେନ୍ଦୁ ମାନସିଂହ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *