ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ୨୦୨୨ ବର୍ଷ ପାଇଁ ୪୦ ତମ ରାଜ୍ୟ ଚାରୁକଳା ପୁରସ୍କାର ଘୋଷଣା କରାଯାଇଛି । ୪ ବିଭାଗ ତଥା ମୁଦ୍ରଣ କଳା, ଚିତ୍ର କଳା, ଭାସ୍କର୍ଯ୍ୟ ଓ ପାରମ୍ପରିକ ଚିତ୍ରରେ ମୋଟ ୧୭୩ ଜଣଙ୍କ ମଧ୍ୟରୁ ଅନ୍ତିମ ପର୍ଯ୍ୟାୟରେ ୮ ଜଣ କଳାକାର ମନୋନୀତ ହୋଇଛନ୍ତି । ତା ମଧ୍ୟରୁ ବାଲୁଗାଁ ଚିଲିକା ରୋଡ ସ୍ଥିତ ପୂର୍ବତନ ସାଂସଦଙ୍କ ନାତି ତଥା ମୂରଲୀଧର ସାମନ୍ତ ସିଂହାରଙ୍କ ପୁତ୍ର ଶ୍ରିତିକାନ୍ତ ସାମନ୍ତ ସିଂହାର ଚିତ୍ରକଳା ବିଭାଗ ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି । ଏନେଇ ଶ୍ରିତିକାନ୍ତଙ୍କ ପରିବାର, ଆତ୍ମୀୟ ସ୍ୱଜନ ଏବଂ ବାଲୁଗାଁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।