ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଆଖି ପିଛୁଳାକେ ଘଟିଲା ଦୁର୍ଘଟଣା , ନିମିଷକରେ ଉଡିଗଲା ପ୍ରାଣବାୟୁ ! ବାଇକ୍ ନେଇ ଯାଉଥିଲେ କାମ ରେ , ଆଉ ଗନ୍ତବ୍ୟ ସ୍ଥଳରେ ପହଁଞ୍ଚିବା ପୂର୍ବରୁ ହଠାତ୍ ହାତ ଠାରି ଡାକିଲା ଯମ | ଆଖି ପିଛୁଳାକେ ଘଟିଲା ଦୁର୍ଘଟଣା , ନିମିଷକରେ ଉଡିଗଲା ପ୍ରାଣବାୟୁ | ସନ୍ଧ୍ୟା ସମୟ ରେ ପାରାଦୀପ ମଧୁବନ ଅଞ୍ଚଳ ର ସୂର୍ଯ୍ୟକାନ୍ତ ମହାନ୍ତି ନିଜ ମୋଟର ସାଇକେଲ ରେ ଯାଉଥିବା ବେଳେ ରାହାମା ବଜାର ଉପରେ ଏକ ବାଇକ୍ ସହ ଧକ୍କା ହୋଇଥିଲା | ଦୁର୍ଘଟଣା ରେ ସେ ବିଚ୍ ରାସ୍ତା ରେ ଛିଟିକି ପଡିଥିଲେ | ଆଉ ସମସ୍ତଙ୍କ ଆଖି ଆଗରେ ତାଙ୍କର ମୃତ୍ୟୁ ହୋଇଥିଲା | ମୃତ୍ଯ ବି ବେଳେ ବେଳେ ଏଭଳି ଆସେ ତାହା କାହାକୁ ଜଣା ବି ନଥାଏ | ତାଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି |
ଆଖି ପିଛୁଳାକେ ଘଟିଲା ଦୁର୍ଘଟଣା : ନିମିଷକରେ ଉଡିଗଲା ପ୍ରାଣବାୟୁ !!!

