ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରି ଯାଇଛି ଓଡିଶା ପ୍ରସିଦ୍ଧ ବାଣପୁର ପଞ୍ଚୁଦୋଳ ଯାତ୍ରା । ଯାତ୍ରା ସରି ଯାଇଛି ହେଲେ ଲକ୍ଷାଧିକ ଭକ୍ତଙ୍କ ସମାବେଶରେ ସମ୍ପୂର୍ଣ ଅଳିଆ ଆବର୍ଜନା ହୋଇ ପଡିଥିଲା ପଲଟଣ ପଡ଼ିଆ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ସମଗ୍ର ଦେଶରେ ଚାଲିଥିବା ସ୍ୱଚ୍ଛ ଭାରତ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଇ , ପଡି ରହିଥିବା ସମସ୍ତ ଅଳିଆ ଆବର୍ଜନା କୁ ସଫେଇ କରିବା ପାଇଁ ଆଗେଇ ଆସିଥିଲା ବାଣପୁର ବିଜେପି । ବାଣପୁର ବିଜେପି ମଣ୍ଡଳ ସଭାପତି ଭଗବାନ ପ୍ରଧାନ ଓ ଯୁବମୋର୍ଚା ସଭାପତି ଅମିତାଭ ପଟଯୋଶୀ ଙ୍କ ନେତୃତ୍ୱରେ କିଛି ବିଜେପି କର୍ମୀ ଚାରି ଦିନ ଧରି ପଲଟଣ ପଡିଆ ମଧ୍ୟରେ ପଡି ରହିଥିବା ସମସ୍ତ ଅଳିଆ ଆବର୍ଜନା କୁ ସଫା କରିଥିବାର ଦେଖିବାକୁ ମିଳିଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ବାଣପୁର ବିଜେପି ମଣ୍ଡଳ ସଭାପତି, ଯୁବମୋର୍ଚା ସଭାପତି ଙ୍କ ସମେତ ବିଜ୍ଞାପିତ ଅଞ୍ଚଳ ପରିଷଦର କିଛି କାଉନସିଲର ଓ ବିଜେପିର ବହୁକର୍ମୀ ସାମିଲ ହୋଇଥିଲେ ।
ବିଜେପି ପକ୍ଷରୁ ବାଣପୁର ପଞ୍ଚୁଦୋଳ ଯାତ୍ରା ପଡିଆ ସଫେଇ !!!

