କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଐତିହାସିକ କଟକ ସହରର ସୌର୍ଯ୍ୟ ବାରବାଟୀ ଦୁର୍ଗର ହକ ପାଇଁ ଅଣ୍ଟା ଭିଡ଼ିଲେ ଯୁବଗୋଷ୍ଠୀ ! ବାରବାଟୀ ର ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ଯାହା ବି କରୁଛନ୍ତି କରନ୍ତୁ , ଯଦି ସେଇଟା ବାରବାଟୀ ଆଉ ଗଡ଼ଖାଇ ର ହିତରେ ତେବେ ସ୍ୱାଗତଯୋଗ୍ୟ । କିନ୍ତୁ ଏକ ଐତିହାସିକ ସ୍ଥଳକୁ ପୋତାଯିବା କେତେ ଦୂର ଯଥାର୍ଥ ତାହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ? ବାରବାଟୀ ର ହକ ପାଇଁ ଆୟୋଜିତ ହେଉଛି ” Stand For Barabati – Light of Hope ” କାର୍ଯ୍ୟକ୍ରମ ! ବାରବାଟୀ ର ପୁନରୁଦ୍ଧାର ପାଇଁ ଜଣେ ଖାଣ୍ଟି କଟକିଆ ହିସାବରେ ନିଜ ର ଦାବି ଉପସ୍ଥାପନ ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଦୁର୍ଗ ଏବଂ ଗଡଖାଇ ର ଏବେ ଯାହା ଅବସ୍ଥା , ଆଗାମୀ ପିଢୀ ଗଡ଼ଖାଇ କୁ କେବଳ ଫଟୋରେ ହିଁ ଦେଖିବେ ବୋଲି ଚିନ୍ତା ପ୍ରକାଶ ପାଇଛି ! ଏ ଲଢେଇ କାହା ବିରୁଦ୍ଧରେ ରେ ନୁହଁ । କେବଳ ଏକ ଐତିହ୍ୟ କୁ ବଞ୍ଚେଇବାର । ବାରବାଟୀ ଦୁର୍ଗ ଗେଟ୍ ସମୁଖରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଗତ ୩ ବର୍ଷ ହେବ କଟକ ସହରର ଅଗ୍ରଣୀ ସାମାଜିକ ସଙ୍ଗଠନ ତରଫରୁ ଏପରି ପ୍ରୟାସ ଜାରି ରହିଛି ।
ଏ ଲଢେଇ କଟକ ମାଟିର : ଏ ଲଢେଇ ବାରବାଟୀ ର ହକ୍ ର !!!

