ବାଲୁଗାଁ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ପାଳିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନା ଦିବସ ମହାବିଦ୍ୟାଳୟର ଶ୍ରୀମତୀ ବିନତି ମଞ୍ଜରୀ ରାଉତଙ୍କ ଅଧକ୍ଷତା ରେ ପାଳିତ ହୋଇ ଯାଇଛି । ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଉତ୍ସବରେ ଯୁକ୍ତ ଦୁଇ ଅଧକ୍ଷା ଡ. କଳ୍ପନା ଦାଶ, ପ୍ରାକ୍ତନ କାର୍ଯ୍ୟକ୍ରମ ଅଧିକାରୀ ଡ. କୌଳାସ ଚନ୍ଦ୍ର ମହାରଣା ଅତିଥି ଭାବେ ଯୋଗଦେଇ ଜାତୀୟ ସେବା ଯୋଜନାରେ ଲକ୍ଷ୍ୟ , ଆଦର୍ଶ ଓ ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ ପୂର୍ବ ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଅବସରରେ ଚଳିତ ବର୍ଷ ରାଜ୍ୟ ସ୍ତରରେ ଶ୍ରେଷ୍ଠ ସ୍ବେଛାସେବୀ ଭାବେ ପୁରସ୍କୃତ ହେବାକୁ ମନୋନୀତ ହୋଇଥିବା ଛାତ୍ରୀ ମୋନାଲିସା ରାଉତଙ୍କୁ ଅଧ୍ୟକ୍ଷା ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ପ୍ରଧାନ କରିଥିଲେ । ଶେଷରେ ବରିଷ୍ଠ ସ୍ବେଛାସେବୀ ସଂଗ୍ରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *