ଗଜପତି ରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା !!!

0
174

24 total views , 1 views today

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡ଼ିଶା ଭୁବନେଶ୍ୱର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଏକ ଦିବସୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୋଷ କୁମାର ନାୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ରୁ ନାଟକ ଦଳ ଭାଗ ନେଇଥିଲେ । ବିଚାରକ ଭାବେ ମନୋଜ କୁମାର ପାଢୀ ଓ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଯୋଗ ଦେଇଥିଲେ । ଶ୍ରେଷ୍ଠ ନାଟକ ଭାବେ ସରକାରୀ ଉଚ୍ଚ ବିଦ୍ୟାଳୟ ଖରଡ଼ାସିଂ, ଦ୍ୱିତୀୟ ଶ୍ରେଷ୍ଠ ନାଟକ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଓ ତୃତୀୟ ଶ୍ରେଷ୍ଠ ନାଟକ ଭାବେ ୟୁ ଜି ହାଇସ୍କୁଲ କେ ଏମ୍ ଭାଲିଆ ସାହି ଆଦିଙ୍କୁ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପ୍ରହ୍ଲାଦ ଶିଆଳ , ଶ୍ରେଷ୍ଠ ନାଟ୍ୟକାର ଭାବେ ଶ୍ୟାମ ସୁନ୍ଦର ଗନ୍ତାୟତ , ଶ୍ରେଷ୍ଠ ଅଭିନେତା ଭାବେ ପୁପୁନ ମହାରଣା, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରେବତୀ ଦେବୀ ପୁରସ୍କୃତ ହୋଇଥିଲେ । ଅତିରିକ୍ତ ଶିକ୍ଷା ଅଧିକାରୀ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଙ୍କୁ ପୁରସ୍କୃତ କରିଥିଲେ । ଶ୍ରେଷ୍ଠ ନାଟକ ଦଳ ସରକାରୀ ଉଚ୍ଚ ବିଦ୍ୟାଳୟ ଖରଡ଼ା ସିଂ ଯୋଗ୍ୟ ବିବେଚିତ ହୋଇ ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଭାଗ ନେବ । ଜିଲ୍ଲାର ସମସ୍ତ ବ୍ଳକ ରୁ 192 ଜଣ ଛାତ୍ରଛାତ୍ରୀ କଳାକାର ଭାବେ ଯୋଗ ଦେଇଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମ୍ପୋଲୁ ରବି କୁମାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ୱାଇ . ଧାରମା ରାଓ ଏବଂ ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସୁଲତା ଶୁଭଦର୍ଶନୀ, ଡି . ଶ୍ରୀରାମ ମୂର୍ତ୍ତୀ, ସୁଧା ରାଉତ, ଜସ୍ମୀନ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here