ଖଣ୍ଡପଡ଼ା ( ଆୱାଜ ମିଡିଆ ) – ବିଶ୍ବଜିତ ବାରିକ : ଆମେରିକା ସରକାରଙ୍କ ଦ୍ଵାରା ୱାଂଶିଟନ ରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ଖଣ୍ଡପଡାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଭାରତ ଫେରିଛନ୍ତି । ଏହି ମର୍ଯ୍ଯାଦାଜନକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଶ୍ରୀ ପଟ୍ଟନାୟକଙ୍କ ସମେତ ଭାରତରୁ ୬ ଜଣ , ପାକିସ୍ଥାନରୁ ୬ ଜଣ ଏବଂ ନେପାଳରୁ ୩ ଜଣ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ । ଆମେରିକାର ୱାର୍ଡ ଲର୍ଣ୍ଣିଂ ସଂସ୍ଥା ଆନୁକୂଲ୍ୟରେ ଏହି ଶିବିର ୱାଂଶିଟନ, କଲମ୍ବସ ସହରରେ ଆୟୋଜିତ ଗ୍ରୀନ ଫେଷ୍ଟିଭାଲ ମଧ୍ୟ ଉପଭୋଗ କରିଛନ୍ତି । ଓହିଓ ସିନେଟ ଜର୍ଣ୍ଣାଲରେ ଭାରତ,ପାକିସ୍ଥାନ ଏବଂ ନେପାଳରୁ ଯାଇଥିବା ଏହି ପ୍ରଶିକ୍ଷାର୍ଥିଙ୍କ ନାମ ସ୍ଥାପନ ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ନାରୀ ସଶକ୍ତିକରଣ ଉପରେ ଏକ ପ୍ରସ୍ତାବ ଦେଇଥିଲେ । ଶେଷରେ ଏସିଆ ମହାଦେଶରୁ ଯାଇଥିବା ୧୫ ଜଣିଆ ପ୍ରଶିକ୍ଷାର୍ଥିଙ୍କୁ ଆମେରିକା ସରକାରଙ୍କ ପକ୍ଷରୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।