ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଏସପି ଏବଂ ବାଲୁଗାଁ ଏସଡିପିଓଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ନେତୃତ୍ୱରେ ବାଲୁଗାଁ ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲାର ଅକ୍ଷୟ ଜେନା । ସୂଚନା ମୁତାବକ ଫୁଲବାଣୀ ଜିଲ୍ଲାରୁ ବାଇକ ଯୋଗେ ଗଞ୍ଜେଇ ଚାଲାଣ ହେଉଥିବାର ବାଲୁଗାଁ ପୋଲିସ କୌଣସି ସୂତ୍ରରୁ ଖବର ପାଇ ନାଭାଲ ନୂଆଁଗଡ଼ ଛକ ନିକଟରୁ ବାଇକ୍ କୁ ପିଛା କରିଥିଲେ , ଧୁଆଁଳ ଓଭର ବ୍ରିଜ ନିକଟରୁ ଅଭିଯୁକ୍ତ କୁ ଧରିଥିଲେ । ତାଙ୍କ ନିକଟରୁ ୨୭ କେଜି ଗଞ୍ଜେଇ ଜବତ କରିବା ସହ କେସ ନମ୍ବର ୧୯୨/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗଞ୍ଜେଇ ଗୁଡିକ ଫୁଲବାଣୀ ଜଙ୍ଗଲରୁ ଆଣି କେଜି ପିଛା ୧୫ ହଜାର ଟଙ୍କା ଦରରେ ଗୁଜୁରାଟ ସୁରଟକୁ ଟ୍ରେନ ଯୋଗେ ଚାଲାଣ କରିବାକୁ ବାହାରିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି ।
ବାଲୁଗାଁ ପୁଲିସ ର ଚଢ଼ାଉ : ଗଞ୍ଜେଇ ଜବତ , ଜଣେ ଗିରଫ !!!

