ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବାଙ୍କୀ ଏନଏସି ଅନ୍ତର୍ଗତ ଚକାପଦା ଗ୍ରାମର ଆଦର୍ଶ କୃଷକ ସ୍ବର୍ଗତ ବାସୁଦେବ ସାମଲଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧ ସମାରୋହ ତାଙ୍କ ବାସଭବନ ପରିସରରେ ପାଳିତ ହୋଇଯାଇଛି । ବାସୁଦେବ ସାମଲ ଜଣେ ଆଧ୍ୟତ୍ମିକ ଭାବଧାରର ଭଲ ମଣିଷ ସହିତ ସଫଳ ଚାଷି ଥିଲେ । ବାଙ୍କୀ ଡମପଡା ବ୍କକର ୧୨ ଜଣ କୃଷକଙ୍କୁ ତାଙ୍କ ସ୍ମରଣ ଉଦ୍ଦେଶ୍ୟରେ ସଂବର୍ଦ୍ଧିତ କରାଯାଇଥିଲା । ଶ୍ରଦ୍ଧାଞ୍ଜଳୀ ସଭାରେ ବାଙ୍କୀ , ଆଠଗଡ, କଟକ , ବଡମ୍ବା ଅଞ୍ଚଳରୁ ବହୁ ବ୍ୟକ୍ତି ଯୋଗଦେଇ ନିଜର ଶ୍ରଦ୍ଧା ସୁମନ ଦେଇଥିଲେ । କୁମାର ଅମୀୟ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବାଙ୍କୀ ସଦର ଜୋନ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ମିନତୀ ମହାପାତ୍ର , ବିଶିଷ୍ଟ ସମାଲୋଚନା ସାହିତ୍ୟିକ ତଥା ଔପନ୍ୟାସିକ ନକୁଳ ଚନ୍ଦ୍ର ସାହୁ , କବି କୌଶିକ ନାୟକ, ଶିକ୍ଷାବିତ କାହୁଁଚରଣ ସାହୁ, ସମାଜସେବୀ ନଳିନ କୁମାର ରାୟ, ମାୟାଧର ସାମଲ , ଅଧ୍ୟାପକ ମନୋଜ ମହାପାତ୍ର, ସମାଜସେବୀ କେଶବଚନ୍ଦ୍ର ବେହେରା ଅତିଥି ଭାବେ ଯୋଗ ଦେଇଥିଲେ । କବି ବଂଶିଧର ମହାପାତ୍ର ଏବଂ ଶିକ୍ଷାବିତ ମନୋଜ କୁମାର ରାଉତ ସଭା ପରିଚାଳନା କରିଥିଲେ । ବାସୁଦେବ ସାମଲଙ୍କ ପୁତ୍ର ଯୁବ ସମାଜସେବୀ ତଥା ସଂଗଠକ ଅକ୍ଷୟ କୁମାର ସାମଲ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ” ମାଟିର ମଣିଷ ” ନାମରେ ସ୍ମରଣିକାଟିଏ ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା ।
ଆଦର୍ଶ କୃଷକ ବାସୁଦେବ ସାମଲଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ ପାଳିତ !!!

