ପାରଳାରେ ଜୟନ୍ତୀ ପଟ୍ଟନାୟକଙ୍କୁ ଶ୍ରଦ୍ଧା ସୁମନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାରେ ଜୟନ୍ତୀ ପଟ୍ଟନାୟକଙ୍କୁ ଶ୍ରଦ୍ଧା ସୁମନ ! ସ୍ୱର୍ଗତା ଜୟନ୍ତୀ ଦେବୀ ଥିଲେ ବିଶିଷ୍ଟ ସାହିତ୍ୟିକା, ସାରସ୍ଵତ ସାଧିକା , ମହିୟସୀ ସମାଜସେବୀ, ଅମ୍ଳାନ ପ୍ରତିଭାଧାରୀ ,ନାରୀ ସଶକ୍ତିକରଣର ଓଡ଼ିଶାର ଜଣେ ମୁଖ୍ୟ ପୁରଧା । ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତରେ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଶ୍ରଦ୍ଧାଞ୍ଜଳୀ ସଭା । ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସଭାକାର୍ଯ୍ୟ ପରିଚାଳନା କରିଥିଲେ ! ଏ ଦୁଃଖଦ ସଭାରେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ତ୍ରିପତି ପ୍ରସାଦ ପଣ୍ଡା, ଲଳିତ ମୋହନ ନାୟକ ପ୍ରଭୃତି ସ୍ବର୍ଗତ ମହିୟସୀ ମହିଳା ଜୟନ୍ତୀ ପଟ୍ଟନାୟକ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *