ବାଣପୁର ଥାନା ଅଞ୍ଚଳରେ ୨୧୦ ଲିଟର ଦେଶୀ ମଦ ସହ ଅଟୋ ଜବତ : ଜଣେ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସାଜିଛି ମଦ ଆମଦାନୀ ଓ ରପ୍ତାନିର ଗନ୍ତାଘର । ଚୋରା ନିଶା ବେପାରୀ ବିଭିନ୍ନ ଗ୍ରାମରେ ଖୋଲି ଦେଇଛନ୍ତି କୋଚିଆ ବେପାର । ଚୋରାରେ ମଦ ବେପାର କରି ବେଶ୍ ଲାଭବାନ ହେଉଥିବା ବେଳେ ଏହାକୁ ରୋକିବା ପାଇଁ ପ୍ରଶାସନ ଯେତେ ଚେଷ୍ଟା କରୁଥିଲେ ବି ବେପାରୀ ମାନେ ପ୍ରଶାସନର ପାଦକୁ ଜଗି ଦେଶୀମଦ ବିକ୍ରୀ କରି ବେଶ ଲାଭବାନ ହେଉଛନ୍ତି । ଏପରି ସ୍ଥଳେ ବାଣପୁର ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ମାଳ ଅଞ୍ଚଳରୁ ପ୍ରାୟ ୨୧୦ ଲିଟର ଦେଶୀ ମଦ ଧରି ଏକ ଅଟୋ ରେ ଭେଟେଶ୍ୱର ରାସ୍ତାରେ ଯାଉଥିବା ବେଳେ ପୋଲିସ ହାତରେ ଧରା ପଡିଛି ଅଭିଯୁକ୍ତ । ସମ୍ପୃକ୍ତ ବ୍ୟକ୍ତି ଆୟତପୁର ଗ୍ରାମର ମୋଚିରାମ ପ୍ରଧାନଙ୍କ ପୁଅ କୈଳାସ ପ୍ରଧାନ ! ଅଭିଯୁକ୍ତ କୁ ଗିରଫ କରିବା ସହିତ ଅଟୋ କୁ ଜବତ କରି ୪୦୪/୨୨ ମାମଲା ରୁଯୁ କରାଯାଇଛି ।

Leave a Reply

Your email address will not be published. Required fields are marked *