ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ସାତପଡ଼ା – ଜହ୍ନିକୁଦା ମଧ୍ୟରେ ଜଳ ପଥରେ ଘଟିଛି ଏହି ଦୁର୍ଘଟଣା । ସାତପଡ଼ା ଘାଟ ରୁ ଜହ୍ନିକୁଦା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ଡଙ୍ଗା ଏବଂ ଅନ୍ୟଟି ଜହ୍ନିକୁଦା ଘାଟ ରୁ ସାତପଡ଼ା ଅଭିମୁଖେ ଯାଉଥିଲା । ଯେଉଁଥିରେ ୩୦ ଊର୍ଦ୍ଧ୍ଵ ଲେଖାଏଁ ଯାତ୍ରୀ ସହିତ ବାଇକ ମଧ୍ୟ ଥିଲା । ହେଲେ ଅସାବଧାନତା ଯୋଗୁଁ ଦୁଇଟି ଡଙ୍ଗା ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । କେହି ମୃତାହତ ହୋଇ ନଥିବା ବେଳେ ୪ / ୫ ଜଣ ଆହତ ହୋଇଛନ୍ତି । ୫ ଟି ବାଇକ କ୍ଷତି ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ରେ ଆହତଙ୍କୁ ଚିଲିକା ନୂଆପଡା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟମାନେ ସୁରକ୍ଷିତ ଥିବା ଖବର ମିଳିଛି ।
ଚିଲିକା ରେ ୨ଟି ଯାତ୍ରୀବାହୀ ଡଙ୍ଗା ମଧ୍ୟରେ ମୁହାଁମୁହିଁ ଧକ୍କା : ଅଳ୍ପକେ ବର୍ତ୍ତିଲେ ୬୦ ରୁ ଉର୍ଦ୍ଧ୍ବ ଯାତ୍ରୀ !!!

