କଳାପଥର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଜାତିର ଜନକ ମହାତ୍ମାଗାନ୍ଧୀ ଓ ଶାନ୍ତିଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ବାଙ୍କୀ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଦର୍ଶ ଯୁବ ପରିଷଦ ଏବଂ କଳାପଥର ର ଆୟୁଷ ଷ୍ଟଡି ପଏଣ୍ଟର ମିଳିତ ଆନୁକୂଲ୍ୟରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମର କପିଳେଶ୍ବର ଶିବ ମନ୍ଦିର ପରିସର ଏବଂ ଗୋଲେଇ ମାର୍କେଟରୁ ସଂଯୋଗ କରିଥିବା ଗ୍ରାମ୍ୟରାସ୍ତାକୁ ସଫା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ଅକ୍ଷୟ କୁମାର ସାମଲ, କବି ଶଶିଭୂଷଣ ତ୍ରିପାଠୀ , ଅଧ୍ୟାପିକା ମମତା ଜେନା ଭାବେ ଯୋଗ ଦେଇଥିଲେ । ନିଜ ପରିବେଶକୁ ସ୍ବଚ୍ଛ ରଖିବା ସହିତ ଗାନ୍ଧୀ ବାଣୀକୁ ଯୁବପିଢିଙ୍କ ପାଖରେ ପହଂଚେଇବାର ଇଛାଶକ୍ତିକୁ ଜାଗ୍ରତ କରିବା ପାଇଁ , ସେବା କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ସାମାଜିକ କର୍ମି ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଅକ୍ଷୟ କୁମାର ସାମଲ ଶପଥ ପାଠ କରାଇଥିଲେ । ଅନୁଷ୍ଠାନର ପରିଚାଳନା ମୁଖ୍ୟଙ୍କ ଦ୍ୱାରା ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ସ୍ବଚ୍ଛତାହିଁ ସେବା କାର୍ଯ୍ୟକ୍ରମକୁ ପୁଷ୍ପଲତା ସାହୁ , ରାଜେଶ ଦେବତା, ହିମାନୀ ହିମଚନ୍ଦ୍ର ସାହୁ, ଲକ୍ଷ୍ମୀକାନ୍ତ ସାହୁ , ସ୍ମୃତିରାଜ ନାୟକ ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

