ପୂଜ୍ୟ ପୂଜା କମିଟି ଓ ରୋଟାରୀ କ୍ଲବ୍ ନୟାଗଡ଼ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ସହର ଖଣ୍ଡପଡା ରୋଡ ସ୍ଥିତ ରୋଟାରୀ ଭବନ ଠାରେ ପୂଜ୍ୟପୂଜା କମିଟି ନୟାଗଡ଼ ଓ ରୋଟାରୀ କ୍ଲବ୍ ନୟାଗଡ଼ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଜୟନ୍ତୀ ଓ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୮ ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି । ପୂଜ୍ୟପୂଜା କମିଟିର ସଭାପତି ପ୍ରଫେସର ରାମଚନ୍ଦ୍ର ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ପୌର ପରିଷଦର ପ୍ରଥମ ମହିଳା ଅଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇ ସ୍ବର୍ଗତ ମହାପୁରୁଷ ମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ବିଶିଷ୍ଟ ସାହିତ୍ଯିକ ତଥା ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ପୂଜ୍ୟପୂଜା କମିଟିର ଉପଦେଷ୍ଟା ସୁବୋଧ କୁମାର ପଟ୍ଟନାୟକ, ସଂପାଦକ ଅରୁଣ କୁମାର ମହାନ୍ତି ଓ ରୋଟାରୀ କ୍ଲବ୍ ସଭାପତି ପ୍ରବୀର କୁମାର ପୃଷ୍ଟି ମଞ୍ଚାସୀନ ଥିଲେ । ଗାନ୍ଧୀଜୀ କାହିଁକି ଜୋତା ମୋଜା ସୁଟ୍ ଆଦି ପୋଷାକ ପରିତ୍ଯାଗ କରି ଆଂଠୁ ପର୍ଯ୍ୟନ୍ତ ଖଦି ଲୁଗା ପିନ୍ଧୁଥିଲେ, ଅଣ୍ଟାରେ ଗୋଟିଏ ଘଡି ବାନ୍ଧିଥିଲେ ସେ ବିଷୟରେ ସଭାପତି ପ୍ରଫେସର ମିଶ୍ର ଅତି ସୁନ୍ଦର ଭାବରେ ଆଲୋଚନା କରିଥିଲେ । ସକାଳ ୮ ଟାରେ ଅନୁଷ୍ଠିତ କୁଇଜ୍ ପ୍ରତିଯୋଗିତାରେ ପୌରାଞ୍ଚଳରେ ଅବସ୍ଥିତ ସମସ୍ତ ଉଚ୍ଚ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ନୟାଗଡ଼ କେନ୍ଦ୍ରୀୟ ବିଦ୍ଯାଳୟର ସମସ୍ତ ତିନିଜଣ ଯାକ ଛାତ୍ର ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରଥମ ସ୍ଥାନରେ ଫିରୋଦ ହୁସେନ, ଦ୍ବିତୀୟ ସ୍ଥାନରେ ଆଦିତ୍ୟ କିରଣ ଗୁରୁ ଓ ତୃତୀୟ ସ୍ଥାନରେ ପ୍ରିୟରଂଜନ ସାହୁ ଅବତୀର୍ଣ୍ଣ ହୋଇ ମୁଖ୍ଯ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂଜ୍ୟପୂଜା କମିଟିର ଯୁଗ୍ମ ସଂପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ସମାଜସେବୀ ଶ୍ରୀକାନ୍ତ ଖଟେଇ , ରୋଟାରିଆନ ଆରିଫ୍ ଖାଁ, ଶ୍ରୀଧର ସାହୁ, ଅବିନାଶ ସାହୁ, ବିମଳ କୁମାର ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ରଥ, ସମାଜସେବୀ ଦାମୋଦର ସାହୁ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *