ଟାଙ୍ଗି ସରପଞ୍ଚଙ୍କ ସହାୟତାରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ !!!

Spread the love

ଟାଙ୍ଗି ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଟାଙ୍ଗି ପଞ୍ଚାୟତରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ବ୍ଲିଜ ଫାଉଣ୍ଡେସନ ଓ କର ଭିଜନ ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଟାଙ୍ଗି ପଞ୍ଚାୟତର ସରପଞ୍ଚ କିଶୋର କୁମାର ବେହେରା ଙ୍କ ପ୍ରଚେଷ୍ଟା ଦ୍ଵାରା ଆୟୋଜିତ ଏହି ଚକ୍ଷୁ ଚିକିତ୍ସା ଶିବିର ରେ ଟାଙ୍ଗି ଅଞ୍ଚଳର ପ୍ରାୟ ୫୦ ଜଣ ବ୍ୟକ୍ତି ବିଶେଷ ମାଗଣାରେ ଚକ୍ଷୁ ବିଶେଷଜ୍ଞ ମାନଙ୍କ ଦ୍ଵାରା ନିଜ ନିଜର ଚକ୍ଷୁ ପରୀକ୍ଷା ନିରୀକ୍ଷା କରି ସ୍ୱଳ୍ପ ବ୍ୟୟରେ ଚଷମା ପାଇ ପାରିଥିଲେ । କର ଭିଜନ ଚକ୍ଷୁ ଚିକିତ୍ସାଳୟ ର ଚକ୍ଷୁ ଡକ୍ଟର ବିଶ୍ବ ପ୍ରକାଶ ସାମଲ ଓ ତାଙ୍କର ସହଯୋଗୀ ମାନେ ଶିବିରରେ ସହଯୋଗ କରିଥିଲେ । ଅଳ୍ପ ଦିନ ରେ ବିଭିନ୍ନ ଜନ ହିତକର କାର୍ଯ୍ୟ କରି ସରପଞ୍ଚ ଜନ ସାଧାରଣ ଙ୍କ ନିକଟତର ହୋଇଥିବା ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *