ପାରାଦୀପ ରେ ଗାନ୍ଧୀ ଜୟନ୍ତୀ ପାଳିତ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପାରାଦୀପ ପୌରପାଳିକା ପକ୍ଷରୁ ପାଳିତ ହୋଇଯାଇଛି । ପ୍ରଥମେ ସେଠାରେ ଥିବା ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ନିମନ୍ତ୍ରିତ ଅତିଥି ମାନେ । ଏହି ଅବସରରେ ଏକ ସଭାକାର୍ଯ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜଗତସିଂହପୁର ସାଂସଦ ଡା. କୁଳମଣି ସାମଲ , ସମ୍ମାନୀତ ଅତିଥି ଭାବରେ ପାରାଦୀପ ବନ୍ଦରର ଉପାଧ୍ୟକ୍ଷ ଏ.ସି.ବୋଷ , ଅନ୍ୟତମ ଅତିଥି ଭାବରେ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ଶତପଥି , ପରିବେଶବିତ ଅମରେଶ ନରେଶ ସାମନ୍ତଙ୍କ ସମେତ ୯ ନଂ ଓାର୍ଡର ପରିଷଦ ଏବଂ ପୌର ପାଳିକାର ଉପାଧ୍ୟକ୍ଷା ଯୋଗଦେଇ ମହାତ୍ମାଗାନ୍ଧୀ ଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ତେବେ ପୂର୍ବରୁ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ ସ୍ଵଚ୍ଛତା ଉପରେ ଗୁରୁତ୍ୱ ଦେଇ ପାରାଦୀପ ପାଇଁ ସୁନାମ ଆଣିଥିବା ବିଭିନ୍ନ ୱାର୍ଡର ସୟଂ ସହାୟକ ଗୋଷ୍ଠୀ ମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥି ମାନେ ପୁରଷ୍କାର ପ୍ରଦାନ କରିଥିଲେ ।

 

Leave a Reply

Your email address will not be published. Required fields are marked *