ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କିଶୋର ନ୍ୟାୟ ପରିଷଦ ହେଲା ପେପର ଲେସ୍ , ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦଘାଟନ କଲେ ହାଇକୋର୍ଟର ମୁଖ୍ୟ ବିଚାରପତି ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପୁରୁଣା କୋର୍ଟ ପରିସରରେ ଭର୍ଚୁଆଲ ମାଧ୍ୟମରେ କିଶୋର ନ୍ୟାୟ ପରିଷଦ କୋର୍ଟ ପେପର ଲେସ ଭାବେ କାମ କରିବ । ଏହି କିଶୋର ନ୍ୟାୟ ପରିଷଦର ପେପର ଲେସ କାର୍ଯ୍ୟ ପ୍ରାରମ୍ଭ ନିମନ୍ତେ ଶୁଭ ଉଦଘାଟନ କରିଛନ୍ତି ମାନ୍ୟବର ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ଃ ଏସ୍ ମୁରଲୀଧର । ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହୋଇଥିବା ବେଳେ ଗଜପତି ଜିଲ୍ଲା ଦୌରାଜଜ୍ ପ୍ରଣବ କୁମାର ରାଉତରାୟ ଯୋଗଦେଇ ଫଳକର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଗଜପତି ନରୋତ୍ତମ ସେଠୀ, କିଶୋର ନ୍ୟାୟାଳୟ ପରିଷଦର ପ୍ରିନ୍ସପାଲ ମାଜିଷ୍ଟ୍ରେଟ ସତ୍ୟବ୍ରତ ରାଣା, ବାର କାଉସିଲର ସଭାପତି ସିଧେଶ୍ୱର ମିଶ୍ର, ସମ୍ପାଦକ ଏମ୍ ପୃଥିବୀ ରାଜ୍ ପ୍ରମୁଖ ଉପସ୍ଥିତ ଥିଲେ ।
ଗଜପତି ଜିଲ୍ଲା କିଶୋର ନ୍ୟାୟ ପରିଷଦ ହେଲା ପେପର ଲେସ୍ !!!

