କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଶାରଦୀୟ ଦୁର୍ଗାପୂଜା କଟକ ତଥା ରାଜ୍ୟ ବାସୀଙ୍କ ପାଇଁ ଏକ ବିଶେଷ ପର୍ବ । ଏହି ପର୍ବକୁ ପ୍ରତ୍ୟେକ ହିନ୍ଦୁ ବହୁ ଆଡମ୍ବରରେ ପାଳନ କରନ୍ତି । ଦୀର୍ଘ ଦୁଇ ବର୍ଷ କରୋନା ପରେ ଏବେ ସ୍ଵାଭାବିକ ହୋଇଛି ଜନ ଜୀଵନ ! କଟକ ସହରରେ ପାଳନ ହେଉଛି ମା ଙ୍କର ପୂଜା ଉତ୍ସବ । ଏଥର ପୂଜାରେ ଦେଖିବାକୁ ମିଳିଛି ଆକର୍ଷଣୟ ତୋରଣ, ରଙ୍ଗୀନ ଆଲୋକ ସଜ୍ଜା , ମା ଦୂର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ଓ ଚାନ୍ଦି ତାରକସୀ କାମର ମେଢ଼ ! ପ୍ରତ୍ୟେକ ବର୍ଷ ଭଳି ଏହି ଅବସରରେ ରାଜ୍ୟ ସରକାରଙ୍କ ତରଫରୁ ପୂଜା ଭେଟି ସ୍ବରୂପ ପ୍ରତ୍ୟେକ ୱାର୍ଡର ଉନ୍ନତିକରଣ ଓ ରାସ୍ତାଘାଟ ମରାମତି ପାଇଁ ୧୦ ଲକ୍ଷ୍ୟ ଟଙ୍କା ଲେଖାଏଁ ମିଳିଛି ! ମାତ୍ର ସିଡିଏ ସେକ୍ଟର -7 ଅଞ୍ଚଳରେ ରାସ୍ତାଘାଟର ନିର୍ମାଣ କାର୍ଯ୍ୟ ଠିକ୍ ରୂପେ ହୋଇନାହିଁ ବୋଲି ଅଭିଯୋଗ ଆଣିଛନ୍ତି ସ୍ଥାନୟ ବାସିନ୍ଦା ଓ ପୂଜା କମିଟିର ସଦସ୍ୟ ମାନେ !

କଟକ ସହରକୁ ଏକ ବିକଶିତ ସହରରେ ପରିଣତ କରିବା ତଥା ୟୁରୋପ ଦେଶର ମଡେଲକୁ ଆପଣାଇବା ପାଇଁ, କଟକ ମହାନଗର ନିଗମର ମେୟର ଦିନ, ରାତି, ଖରା ଓ ବର୍ଷାକୁ ଖାତିର ନକରି କାମ କରୁଥିବା ବେଳେ ପ୍ରଶାସନିକ ସ୍ତରରେ ହେଉଥିବା ଅବହେଳା ପାଇଁ ଆଜି ସେକ୍ଟର -୭ ଅଞ୍ଚଳର ରାସ୍ତା ଘାଟର କାମ ହୋଇନାହିଁ ବୋଲି ଅଭିଯୋଗ ଆଣିଛନ୍ତି ପୂଜା କମିଟିର ସଦସ୍ୟ ମାନେ । ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମୁଖରେ ଗାତ ଓ ଏହାର ପାର୍ଶ୍ଵ ରାସ୍ତାରେ ଜଳ ନିଷ୍କାସନ ନହେବା ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ! ଦୀର୍ଘ ଦିନରୁ ଥିବା ଏହି ବ୍ୟବସ୍ଥାର ସମାଧାନ ନହେବା ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁଦାନର ସଠିକ୍ ବ୍ୟବହାର ନହେବା ନିହାତି ଏକ ନିନ୍ଦନୀୟ ଘଟଣା !! ରାସ୍ତା ମରାମତି ପାଈଁ ଆବଶ୍ୟକୟ ପଦକ୍ଷେପ ନନେବା ଓ କର୍ତ୍ତୃପକ୍ଷଙ୍କ ଉଚିତ୍ ତଦାରଖ ନହେବା ଯୋଗୁଁ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ହୋଇନାହିଁ ବୋଲି ସୁଚନା ମିଳିଛି । ଦଶହରା ସମୟରେ ବିଭିନ୍ନ ପୂଜା ମଣ୍ଡପ ବୁଲିବା ଅବସରରେ କଟକ ମେୟର ଏହି କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନହେବା ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ଆବଶ୍ୟକୟ ଯାନ୍ତ୍ରିକ ଉପକରଣ ନଥିବା ଯୋଗୁଁ, ବହୁ ପୁରାତନ ଜଳ ନିଷ୍କାସନ ବ୍ୟବସ୍ଥାରେ ତ୍ରୁଟିକୁ ଠାବ କରିବାରେ ବିଳମ୍ବ ହେଉଥିବାରୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ସମାପ୍ତ ହୋଇନାହିଁ ବୋଲି ପ୍ରତିକ୍ରିୟା ରଖିଲେ ୱାର୍ଡ – ୫ ର କର୍ପୋରେଟର ପ୍ରିୟମ୍ବଦା ସ୍ଵାଇଁ !! ଏହି ମରାମତି କାର୍ଯ୍ଯ ପାଇଁଅଧିକ ପାଣ୍ଠିର ଆବଶ୍ୟକ ବୋଲି, କର୍ପୋରେଟର ମାନ୍ୟବର ମେୟରଙ୍କୁ ଅବଗତ କରିଛନ୍ତି ବୋଲି ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ! କେବେ ଏହି ବ୍ୟବସ୍ଥାର ସମାଧାନ ହେବ ତାହା ଏବେ ଦେଖିବାକୁ ବାକି ରହିଲା ।

