ଭାରତୀୟ ସଂସ୍କୃତିର ମହାନତା ସମଗ୍ର ବିଶ୍ୱ ବିଦିତ : ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗୃପ ର ଅଷ୍ଟମ ବାର୍ଷିକ ମହୋତ୍ସବରେ ବହୁ ବକ୍ତାଙ୍କ ମତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାଂସ୍କୃତିକ ଜାଗରଣ ଦ୍ଵାରା ବ୍ୟକ୍ତିକୁ ଅପରାଧ ପ୍ରବଣତା ଠାରୁ ଦୂରେଇ ନେଇ ହୁଏ । ଏହା ବ୍ୟକ୍ତିର ଚରିତ୍ର ନିର୍ମାଣ ସହ ସାମାଜିକ ଓ ସାଂସ୍କୃତିକ ବିକାଶକୁ ଆଞ୍ଚଳିକ ସ୍ତରରୁ ବିଶ୍ୱ ସ୍ତରରେ ପହଁଚାଇ ପାରିଥାଏ । ଆମ ଭାରତୀୟ ସଂସ୍କୃତିର ମହାନତା ସମଗ୍ର ବିଶ୍ୱ ବିଦିତ ବୋଲି ସ୍ଥାନୀୟ ମଙ୍ଗଳପୁର ସ୍ଥିତ ବିଜୁ ମାର୍କେଟ କମ୍ପ୍ଲେକ୍ସ ପଡିଆ ଠାରେ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗୃପ ପକ୍ଷରୁ ଆୟୋଜିତ ଅଷ୍ଟମ ବାର୍ଷିକ ମହୋତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଚିନ୍ମୟ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଏହି ଡ୍ୟାନ୍ସ ସ୍କୁଲ ଆଣ୍ଡ ଗୃପର ଅଷ୍ଟମ ବାର୍ଷିକ ମହୋତ୍ସବରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଅଧ୍ୟାପକ ଚିନ୍ମୟ ଦାଶ ସଭାପତିତ୍ୱ କରିଥିଲେ । ଡ୍ୟାନ୍ସ ଗୃପ ର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର ସଭା ସଂଚାଳନା ସହ ଅନୁଷ୍ଠାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସାର ଗର୍ଭକ ବକ୍ତବ୍ୟ ଜାରି ରଖିଥିଲେ । ଉଦଘାଟକ ଭାବେ ବର୍ଷିୟାନ ଯୁବ ସମାଜସେବୀ ଦୀପକ କୁମାର ବାରିକ, ମୁଖ୍ୟ ଅତିଥି ଭାବେ ବର୍ଷିୟାନ ନାଟ୍ୟକାର, ସମାଜସେବୀ ତଥା ଚକ୍ଷୁ ରୋଗ ବିଶେଷଜ୍ଞ ଡା.ରାଜକିଶୋର ପଣ୍ଡା, ମୁଖ୍ୟ ବକ୍ତା ଭାବେ ବର୍ଷିୟାନ ଶିକ୍ଷା ସଂଗଠକ ପ୍ରାଧ୍ୟାପକ ଡଃ ହରିଶ୍ଚନ୍ଦ୍ର ପଣ୍ଡା, ସମ୍ମାନୀତ ଅତିଥି ଭାବରେ ସାଧୁ ନିଲୁ ବାବା, ଶିକ୍ଷାବିତ ତଥା ଅଭିନେତା କାବ୍ୟଶ୍ରୀ ଦାସ, ସମାଜସେବୀ ଚକ୍ରଧର ବେହେରା, କଳାକାର ଶଶିକାନ୍ତ ପଣ୍ଡା, ପରିବେଶବିତ ତଥା ଅଭିନେତା ସୁରେଶ ଚନ୍ଦ୍ର ଦାସ, ନାଟ୍ୟକାର ଅଧ୍ୟାପକ ଭରତ ଚନ୍ଦ୍ର ବେହେରା , ସମାଜସେବୀ ଭରତ ଚନ୍ଦ୍ର ଦାଶ , ନୃତ୍ୟ ନିର୍ଦ୍ଦେଶକ ଶୁଭେନ୍ଦୁ ଲେଙ୍କା, ବିଶିଷ୍ଟ ଅତିଥି ଭାବେ ଶୁଭେନ୍ଦୁ କୁମାର ମହାପାତ୍ର ଆଦି ଯୋଗଦାନ କରିଥିଲେ । ଏଥିରେ ଓଡ଼ିଶାର କୋଣାନୁକୋଣରୁ ଯାତ୍ରା ତଥା ଚଳଚ୍ଚିତ୍ର ଜଗତର ତାରକା ମାନେ ଯୋଗଦାନ କରିଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିଭାଦୀପ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦେବେନ୍ଦ୍ର ଶତପଥୀ, ଜ୍ୟୋତିଶଙ୍କର ରାୟ, ସ୍ୱାଧୀନ ନାୟକ, ଧୀରେନ୍ଦ୍ର ମଲ୍ଲିକ, ଲକ୍ଷ୍ମୀଧର ସାହୁ, ପାର୍ଥ ନାୟକ, ରଞ୍ଜନ କୁମାର ମଲ୍ଲିକ, ରାଧିକା ମଲ୍ଲିକ, ଯାଦୁଗର ଜେ.ପି କ୍ରିଷ୍ନା , କଣ୍ଠଶିଳ୍ପୀ ଦେବାଶିଷ ମହାନ୍ତି, ମାଷ୍ଟର ରାକେଶ , ସିନେ ତାରକା ମେହେନ୍ଦୀ ଆଦି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *