ବାଲୁଗାଁ ବାଣପୁର ଅଞ୍ଚଳର ବିଭିନ୍ନ ମଣ୍ଡପରେ ଶୋଭା ପାଉଛନ୍ତି ଜଗତଜନନୀ ମା ଦୁର୍ଗା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବାଣପୁର ର ବିଭିନ୍ନ ମଣ୍ଡପରେ ଶୋଭା ପାଉଛନ୍ତି ମହିଷାମର୍ଦ୍ଧିନୀ ମା ଦୁର୍ଗା ! କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମା ଙ୍କୁ ଦର୍ଶନ କରି ପାରିନଥିଲେ , କିନ୍ତୁ ଚଳିତ ବର୍ଷ ଦୁର୍ଗାଉତ୍ସବ ଦର୍ଶନ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଆଖପାଖ ଅଞ୍ଚଳ ରୁ ଶହ ଶହ ସହସହ ଶ୍ରଦ୍ଧାଳୁ ଉତ୍ସlହିତ ଥିବାବେଳେ ଲଗୁଚାପ ଜନିତ ଲଗାଣ ବର୍ଷା ସାଜିଛି ବାଧକ ! ବର୍ଷା ଲାଗି ରହିଥିବା ଯୋଗୁଁ ସଂlସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ , ଯଦିଓ ପୋଗ୍ରାମ କିଛି ମଣ୍ଡପରେ ଆୟୋଜନ ହୋଇଛି ଦର୍ଶକ ମାନେ ଉପଭୋଗ କରିପାରିବେ ନାହିଁ, ବର୍ଷା ପାଣିରେ ଉବୁଟୁବୁ ସହର ବଜାର ବେଳକୁ ବେଳ ଫସର ଫାଟୁଛି ସବୁ ଯୋଜନା ଚିନ୍ତାରେ ଆୟୋଜକ ମଣ୍ଡଳୀ l ବାଲୁଗାଁ ରାମମନ୍ଦିର ପ୍ରାଙ୍ଗଣରେ ହେଉଥିବା ଦୁର୍ଗା ମଣ୍ଡପ ଏବଂ ବାଲୁଗାଁ ଜେନା କଲୋନୀ ନିକଟରେ ଥିବା ଦୁର୍ଗା ମଣ୍ଡପ ସାଜସଜା ଅତି ସୁନ୍ଦର ହୋଇଛି , ତାହା ସାଙ୍ଗକୁ ମାଆ ଙ୍କୁ ନୀତିକାନ୍ତି ରେ ପୂଜାପାଠ ମଧ୍ୟ୍ୟ ଚାଲିଛି ! ହେଲେ ପକୃତିର ନିୟମ କୁ କିଏବା ରୋକି ପାରିବ ! ଦେଖାଯାଉ ବିଜୟା ଦଶମୀ ରେ ପାଗ କିପରି ରହୁଛି l

Leave a Reply

Your email address will not be published. Required fields are marked *