ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରର ଶେଶା ଡିଫେନ୍ସ ଟ୍ରେନିଂ ସ୍କୁଲ ତରଫରୁ ମାଆ ଝିଣ୍ଟିକାପଲ୍ଲୀ ତାରିଣୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଦେଶ ମାତୃକାକୁ ରକ୍ଷା କରନ୍ତି ଦେଶର ସୈନିକ । ସେମାନେ ହିଁ ହେଉଛନ୍ତି ଦେଶର ଜାଗ୍ରତ ପ୍ରହରୀ । ଯେଉଁ ମାନଙ୍କ ପାଇଁ ଆମେ ଶାନ୍ତିରେ ବସବାସ କରୁ । ଆଗ୍ରହୀ ଯୁବକ ମାନଙ୍କୁ ସୈନିକ କରି ଗଢି ତୋଳିବାକୁ ଅଣ୍ଟା ଭିଡିଛନ୍ତି ବାଣପୁର ଥାନା ଅନ୍ତର୍ଗତ କୁମାରଙ୍ଗ ଗ୍ରାମ ପଞ୍ଚାୟତ ଅଧିନସ୍ତ ପୁଞ୍ଜିଆମା ଗ୍ରାମର ସୁକାନ୍ତ କୁମାର ସାହୁ ! ୨୦୨୧ ମହିସା ଅକ୍ଟୋବର ୫ ତାରିଖ ଦିନ ଶେଶା ଡିଫେନ୍ସ ଟ୍ରେନିଂ ସ୍କୁଲ ଜନ୍ମ ଲାଭ କରିଥିଲା ! ଆଜି କି ଏକ ବର୍ଷ ପୁରିଲା , ଏହି ଡିଫେନ୍ସ ଟ୍ରେନିଂ ସ୍କୁଲ ଜନ୍ମ ବାର୍ଷିକ ଉତ୍ସବରେ ବାଣପୁର ମାଆ ଝିଣ୍ଟିକାପଲ୍ଲୀ ତାରିଣୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ସୁକାନ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଇଣ୍ଡୋର୍ ଶିକ୍ଷକ ଜଗନ୍ନାଥ ଲେଙ୍କା ଙ୍କ ସଭାପତିତ୍ଵ ରେ ମା ଙ୍କ ନିକଟରେ ପୂଜାର୍ଚ୍ଚନା ହେବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାର୍ଷିକ ଉତ୍ସବରେ ସୁକାନ୍ତ କୁମାର ସାହୁଙ୍କ ଏହି ନିଆରା କାର୍ଯ୍ୟକ୍ରମ କୁ ସାଧାରଣରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିିଛି । ଏହି ବାର୍ଷିକ ଉତ୍ସବରେ ଶେଶା ଡିଫେନ୍ସ ଟ୍ରେନିଂ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
ବାଣପୁରର ଶେଶା ଡିଫେନ୍ସ ଟ୍ରେନିଂ ସ୍କୁଲ ତରଫରୁ ପ୍ରଥମ ବାର୍ଷିକ ଉତ୍ସବ ପାଳିତ !!!

