ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗାନ୍ଧୀ ଜୟନ୍ତୀ ଦିନ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ! ଏହି ଅବସରରେ ଗାନ୍ଧୀଙ୍କର ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରି ସମିତି ଅଧ୍ୟକ୍ଷ ଏନ ବୀରରାଜୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ବ୍ଳକ ଉପାଧ୍ୟକ୍ଷ ଏସ. ଅନୁସୂୟା ଦେବୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳ ମାଧବ ମାଝୀ , ଯନ୍ତ୍ରୀ ନିହାର ନାୟକ, ଆକାଉଣ୍ଟ ଅଫିସର ଗଜେନ୍ଦ୍ର ବେହେରା, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୁବ୍ରତ ଦାସ, ଭାରପ୍ରାପ୍ତ ପଞ୍ଚାୟତ ସଂପ୍ରସାରଣ ବିନୋଦ ଗୌଡ଼, ବ୍ଳକ ରିସର୍ଚ୍ଚ କୋଡ଼ିନେଟର ବୈକୁଣ୍ଠ ନାୟକ ଓ ଅନ୍ୟାନ୍ୟ ସମସ୍ତ ବ୍ଳକ କର୍ମଚାରୀ ଉପସ୍ଥିତ ରହି ବ୍ଳକ ପରିସରରେ ସଫେଇ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ତାହା ସହିତ ଗାନ୍ଧୀଜୀଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନକୁ ନେଇ ଏକ ଶପଥ ପାଠ କରାଯାଇଥିଲା । ସେହିପରି ବଡ଼ ଗୋଶାଣି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଳିଆ ଆବର୍ଜନା ସଫା କରାଯାଇଥିଲା । ଏଥିରେ ଗୋଶାଣି ସରପଞ୍ଚ ବି. ମୋହନ ରାଓ, ଗୋଶାଣି ହାଇସ୍କୁଲ ଶିକ୍ଷକ, ୱାର୍ଡ ର ସଭ୍ୟ ସଭ୍ୟା ଏବଂ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ ।
ଗୋଶାଣି ବ୍ଳକ ରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ !!!

