ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାର କେନ୍ଦ୍ର ଠାରେ ଗଜପତି ବ୍ଳଡ଼ ଡୋନର୍ସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ. ତିରୁପତି ରାଓ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଗଜପତି ବ୍ଲଡ଼ ଡୋନର ଏବଂ HDFC ଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଶିବିରରେ 25 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗଜପତି ବ୍ଲଡ଼ ଡୋନର୍ସ ର ସଭାପତି ଜୀ. ନବୀନ କୁମାର, ଉପ ସଭାପତି ଏସ. ଋଷି, ସମ୍ପାଦକ ୱାଇ. ଚନ୍ଦ୍ରଶେଖରଙ୍କ ସମେତ କେ. ଶରତ କୁମାର, ଅମ୍ବିକା ମହାପାତ୍ର, ମୋହିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସୁଚାରୁ ରୂପେ ପରିଚାଳନା କରିଥିଲେ । ବ୍ଲଡ଼ ବ୍ୟାଙ୍କର ଲ୍ୟାବ ଟେକ୍ନିସିଆନ ଖଗେଶ୍ବର ବେହେରା ଓ ମ୍ୟାନେଜମେଣ୍ଟ ଆସିଷ୍ଟାଣ୍ଡ ପିଙ୍କି ପାଢ଼ୀଙ୍କୁ ଗଜପତି ବ୍ଲଡ଼ ଡୋନର୍ସ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି ! ମୁଖ୍ୟ ଅତିଥି ଜୀ. ତିରୁପତି ରାଓଙ୍କ ଦ୍ବାରା ରକ୍ତ ପ୍ରଦାନକାରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି ।
ଗଜପତି ବ୍ଲଡ଼ ଡୋନର୍ସ ପକ୍ଷରୁ ରକ୍ତଦାନ ଶିବିର !!!

