ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପରଲୋକରେ ବାଙ୍କୀ ର ବରିଷ୍ଠ ସାମ୍ବାଦିକ ତଥା ରାଜନୈତିକ ବ୍ୟକ୍ତିତ୍ୱ ଲକ୍ଷ୍ମୀଧର ବେହେରା ! ବାଙ୍କୀ ନିର୍ବାଚନ ମଣ୍ଡଳୀର ବହୁ ଜଣାଶୁଣା ନାମଟିଏ ଲକ୍ଷ୍ମୀଧର ବେହେରା । ଏକଦା ବାଙ୍କୀ ଗଣମାଧ୍ୟମର ପ୍ରବେଶ ଦ୍ବାରରେ ଯେଉଁ ତିନିଜଣ ବିନ୍ଧାଣୀ ଥିଲେ , ସେମାନଙ୍କ ମଧ୍ୟରେ ସ୍ବର୍ଗତ ଲକ୍ଷ୍ମୀଧର ବେହେରା ହେଉଛନ୍ତି ଅନ୍ୟତମ ।

ଓଡ଼ିଆ ଦୈନିକ ଧରିତ୍ରୀ ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିବା ଲକ୍ଷ୍ମୀଧର ବେହେରା , ସମସ୍ତଙ୍କ ଅତି ପ୍ରିୟର ଡାକ ଲକ୍ଷୀଧର ଦାଦା ପର ମୁହୁର୍ତ୍ତରେ ରାଜନୈତିକ ସେବାକୁ ଗ୍ରହଣ କରି ଡମପଡା ଜୋନର ପ୍ରଥମ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଉଭୟ ଶାସକ ଓ ବିରୋଧି ଦଳରେ ରହି ବାଙ୍କୀ ବାସୀଙ୍କୁ ରାଜନୈତିକ ସେବା ଯୋଗେଇ ଆସୁଥିବା ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀଧର ବେହେରାଙ୍କର ଆଜି ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । କିଛିଦିନ ହେବ ମଧୁମେହତା ରୋଗରେ ଚିକିତ୍ସିତ ହେଉଥିଲେ । ତାଙ୍କ ବିୟୋଗରେ ବାଙ୍କୀ ସାମ୍ବାଦିକ ପରିବାର ଜଣେ ବରିଷ୍ଠ ମୁରବୀଙ୍କୁ ହରେଇଛି ।

