ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ରାଣୀଛେଲି ପଞ୍ଚାୟତ ଅଧିନ କଳପଙ୍ଗି ଗ୍ରାମର ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କର ସାପ କାମୁଡାରେ ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ କଳପଙ୍ଗି ଗ୍ରାମର ବହ୍ମାନନ୍ଦ ପ୍ରଧାନଙ୍କ ଏକମାତ୍ର ପୁତ୍ର ତପନ କୁମାର ପ୍ରଧାନ (୧୪) ଦଶହରା ଦିନ ଖାଇପିଇ ରାତିରେ ଖଟରେ ଶୋଇଥିଲେ । ରାତ୍ର ଦଶଟା ସମୟରେ ଶୋଇଲା ଶେଯରେ ତପନଙ୍କ ବାମ ହାତକୁ ସାପ କାମୁଡି ଦେଇଥିଲା । ପରିବାର ଲୋକେ କୈଣସି ପୋକ ଭାବି ଗୁରୁତ୍ୱ ଦେଇ ନଥିଲେ ।ତପନ ଚଦର ଘୋଡ଼ି ହୋଇ ଶୋଇବା ପରେ ସେହି ଚଦର ଭିତରେ ଥିବା ସାପ ତାଙ୍କ କାନକୁ କାମୁଡି ଦେଇଥିଲା । ଚଦର ଝାଡିବାରୁ ସାପଟିକୁ ପାଇଥିଲେ । ସେମାନେ ତୁରନ୍ତ ନୟାଗଡ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ନେଇ ଯାଇଥିଲେ । ସେଠାରେ ଚିକିତ୍ସିତ ସମୟରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିଲା । କଳପଙ୍ଗି ଗ୍ରାମରେ ଅପରାହ୍ନ ସମୟରେ ଶୋକାକୂଳ ପରିବେଶରେ ଶବଦାହ କରାଯାଇଛି ।

