ବ୍ୟୁରୋ ରିପୋର୍ଟ ( ଆୱାଜ ମିଡ଼ିଆ ) – ଦେବେନ୍ଦ୍ର ବରାଳ : ଓଡିଶା ରକ୍ତଦାତା ମହାସଂଘର ନୂତନ ଚିନ୍ତାଧାରା “ଆମ ଆହାର ଯୋଜନା” ର ସପ୍ତମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ସ୍ଥିତ ଉତରା ଛକ ଶାରଦା ନିକେତନ ପରିସରରେ ଅନୁଷ୍ଠାନ ତରଫରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ଅନ୍ତେବାସୀଙ୍କୁ ସପ୍ତାହ ଶେଷରେ ଅନ୍ନସେବା କରିବା ସହିତ ସେମାନଙ୍କ ଦୁଃଖରେ ଟିକିଏ ସହଭାଗି ହେବା ର ସୁଯୋଗ ଉପଲବ୍ଧ ହୋଇଛି । ଓଡିଶା ରକ୍ତଦାତା ମହାସଂଘ ପରିବାର ତରଫରୁ ମାନସ ମିଶ୍ର, ଅକ୍ଷୟ ରାଉତ, ରାଜେଶ ନାୟକ, ସମରେନ୍ଦ୍ର ଜେନା, ଦିଲ୍ଲୀପ କୁମାର ବରାଡ଼, ଅରୁଣ କୁମାର ରାଉତ ,ଅମର ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପରିବାର ତରଫରୁ ସନ୍ତୋଷ କୁମାର ମହାନ୍ତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସାରା ଓଡ଼ିଶା ରେ ପ୍ରତି ସପ୍ତାହ ଶେଷରେ ଏହିପରି ଅନ୍ତେବାସୀଙ୍କୁ ଅନ୍ନଦାନ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ରାଉତ ପ୍ରକାଶ କରିଛନ୍ତି ।