ବିଶୃଙ୍ଖଳା ପାଇଁ ଜିରୋ ଟଲରେନ୍ସ ନୀତି : ଗ୍ରହଣ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ସଦର ମହକୁମା ବିଦ୍ୟାରତ୍ନ ଭବନ ପରିସରରେ ବାଙ୍କୀ ଉପଖଣ୍ଡରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି . ବିଭିନ୍ନ ଛାପା , ବୈଦ୍ୟୁତିକ ଏବଂ ଡିଜିଟାଲ ମିଡ଼ିଆର ପ୍ରତିନିଧି ଏହି ବୈଠକରେ ଉପସ୍ଥିତ ରହିଥିଲେ . ସଂଗଠନର କଳେବର ବୃଦ୍ଧି , ନୂତନ ସଦସ୍ୟ ଗ୍ରହଣ , କର୍ମକର୍ତ୍ତା ଚୟନ ପରି ବିଷୟ ସମ୍ପର୍କରେ ଆଲୋଚନା କରିବା ପାଇଁ ଏହି ବୈଠକ ଆୟୋଜିତ ହୋଇଥିବା ସମୟରେ କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ଏବଂ ଅନୁଶାସନ ମାନିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି . ବିଗତ ଦିନରେ ବହୁ ଘଟଣା ଦୁର୍ଘଟଣା କୁ ନେଇ ବାଙ୍କୀର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଦେଖା ଦେଇଥିବା ଅନ୍ତର୍ଦ୍ୱନ୍ଦ ଚର୍ଚ୍ଚାର ବିଷୟ ପାଲଟିଥିଲା . ଏ ସମ୍ପର୍କରେ ବିଭିନ୍ନ ବିଭ୍ରାନ୍ତିକାରୀ ତଥ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ , ମନାନ୍ତର ମତାନ୍ତର ର ସ୍ଥାୟୀ ସମାଧାନ ପାଇଁ ବାଙ୍କୀର କିଛି ପ୍ରତିନିଧି ବରିଷ୍ଠ ସାମ୍ବାଦିକ ମାନଙ୍କ ପରାମର୍ଶ କ୍ରମେ ଏହି ବୈଠକର ଆୟୋଜନ କରିଥିଲେ . ସାମ୍ବାଦିକ ଅଶୋକ ରଣା ଏବଂ ଅନନ୍ତ ରଣା ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପ୍ରେସ କ୍ଲବ ର ସଭାପତି ବଳଭଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ . ଉପ-ସଭାପତି ସମରେନ୍ଦ୍ର ମହାପାତ୍ର , ସମ୍ପାଦକ ସୁବାଷ ପାଢୀ , ବରିଷ୍ଠ ସଦସ୍ୟ ଜ୍ଞାନେନ୍ଦ୍ର ମୋହନ ମିଶ୍ର , ଗୌରାଙ୍ଗ ରାଉତ , ଅରବିନ୍ଦ ହରିଚନ୍ଦନ , ପୂର୍ଣ୍ଣଚନ୍ଦ୍ର ସାହୁ ଏବଂ ସମରେନ୍ଦ୍ର କୁଣ୍ଡୁ ପ୍ରମୂଖ ବୈଠକରେ ଉପସ୍ଥିତ ରହିଥିଲେ .
ଆୟୋଜିତ ବୈଠକରେ ପ୍ରେସ କ୍ଲବ ର କର୍ମକର୍ତ୍ତା ମାନେ ଗାଇଡ଼ ଲାଇନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ . ବାଙ୍କୀ ଉପଖଣ୍ଡ ତଥା ବାଙ୍କୀ ବ୍ଲକ ଏବଂ ଡମପଡା ବ୍ଲକ ପାଇଁ କାର୍ଯ୍ୟ କରୁଥିବା ପ୍ରତିନିଧି ମାନେ ଏଣିକି ନିଜର ଏବଂ ଅଫିସ ର ପରିଚୟ ପତ୍ର ପ୍ରେସ କ୍ଲବ ରେ ବାଧ୍ୟତାମୂଳକ ଭାବରେ ପ୍ରଦାନ କରିବେ . ନୂତନ ସଦସ୍ୟ ଗ୍ରହଣ ସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ହେଲା ଯେ , ଆସନ୍ତା ମାସ ଶେଷ ସୁଦ୍ଧା ସମସ୍ତେ ନିଜ ନିଜର ପରିଚୟ ପତ୍ର ସହ ସଦସ୍ୟତା ପାଇଁ ଆବେଦନ କରିବେ . କୌଣସି ପରିସ୍ଥିତିରେ ସଂଘର ନିୟମ ଭାଙ୍ଗିଲେ ସମ୍ପୃକ୍ତ ସଭ୍ୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ . ସମସ୍ତ ସଦସ୍ୟଙ୍କ ପାଇଁ ସଂଘର ଶୃଙ୍ଖଳା ରକ୍ଷା ପ୍ରାଥମିକ ନିୟମ ଭାବରେ ଲାଗୁ କରାଯିବ . ଏପରିକି ସାମାଜିକ ଗଣମାଧ୍ୟମରେ ମତ ଉପସ୍ଥାପନା ପାଇଁ କେତେକ ଲିମିଟେସନ ଲାଗୁ କରାଯାଇଛି . ବାଙ୍କୀ ର ସ୍ୱାର୍ଥ ରକ୍ଷା ପାଇଁ ସମସ୍ତେ କାର୍ଯ୍ୟ କରିବାକୁ ଏକ ସାମୁହିକ ଶପଥପାଠ ହୋଇଥିଲା . ଆୟୋଜିତ ସାଧାରଣ ପରିଷଦ ବୈଠକରେ ଅନନ୍ତ ରଣା , ସଂଜୀପ ନାୟକ , ବିଭୁ ପ୍ରସାଦ ସାମଲ , ଅଶୋକ ରଣା , ପ୍ରତାପ ନାୟକ , ଅନନ୍ତ କୁମାର ପଟ୍ଟନାୟକ , ପ୍ରଶାନ୍ତ ପଲେଇ , ସତ୍ୟବ୍ରତ ଦାଶ , ଶୁଭେନ୍ଦୁ ମହାପାତ୍ର , କ୍ଷେତ୍ରବାସି ଦାସ, ମୃତ୍ୟୁଞ୍ଜୟ ପ୍ରଧାନ , କାହ୍ନୁଚରଣ ବେହେରା , ମନୋରଞ୍ଜନ ପଣ୍ଡା, ଅଜୟ କୁମାର ପଣ୍ଡା, ସୂର୍ଯ୍ୟମଣି ମଲ୍ଲିକ , ମନୋଜ କୁମାର ଦଳେଇ, ପ୍ରଦୀପ କୁମାର ଜେନା , ସୁଧୀର ସାହୁ, ମୃତ୍ୟୁଞ୍ଜୟ ମହାପାତ୍ର , ଆଶିଷ କୁମାର ମହାପାତ୍ର , ଗୌତମ ମିଶ୍ର ପ୍ରମୂଖ ଉପସ୍ଥିତ ରହିଥିଲେ .